ମାଟିରେ ମିଶିଲା ସ୍କୁଲ ପାଚେରି

ତେଲକୋଇ: ଗତକାଲି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୫-ଟି ପାଚେରି ଭାଙ୍ଗି ମାଟିରେ ମିଶି ଯାଇଛି। ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ତଦାରଖ ଅଭାବରୁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପଡ଼ାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫ଟି ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟାନ୍ୟ କାର୍ଯ୍ୟ ସାଙ୍ଗକୁ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍କୁଲ ପାଚେରି ନିର୍ମାଣ କରାଯାଇଥିଲା।

ଠିକାଦାର ପୁରୁଣା ମୂଳଦୁଆ ଉପରେ ନିମ୍ନମାନର ଇଟା ଯୋଡ଼େଇ କରି କାମ ଶେଷ କରି ଦେଇଥିଲେ। ୨୦୨୧ ଅକ୍ଟୋବର ମାସ ଶେଷରେ ନିର୍ମାଣ କରାଯାଇଥିବା ଏହି ପାଚେରି ୮ ମାସ ମଧ୍ୟରେ ଭୁଶୁଡି ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶିକ୍ଷାନୁଷ୍ଠାନଗୁଡିକର ଭିତ୍ତିଭୂମି ସୁଦୃଢ କରୁଥିବା କୁହାଯାଉଥିବା ବେଳେ ପ୍ରକୃତରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅର୍ଥ ରୋଜଗାରର ଏହା ମାଧ୍ୟମ ପାଲଟିଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ, ଲୋକପ୍ରତିନିଧି ଓ ବିଦ୍ୟାଳୟ କର୍ମଚାରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର