ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍ ବରଦାସ୍ଥିତ ନିଗମାନନ୍ଦ-ପ୍ରହଲ୍ଲାଦ ସରକାରୀ ଉଚ୍ଚବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀଗୃହର ଅଧା ସିଲିଂ ଖସି ପଡ଼ିଛି। ଆଜି ରବିବାର ଛୁଟିଦିନରେ କେହି ନ ଥିବାରୁ ବଡ଼ଧରଣର ବିପଦ ଟଳିଯାଇଛି। ସ୍କୁଲରେ ରହୁଥିବା ଜଗୁଆଳି ମହେନ୍ଦ୍ର ସାମଲ ଏହା ଦେଖିବା ପରେ ଘଟଣାଟି ପଦାକୁ ଆସିଥିଲା। ଏହା ପୂର୍ବରୁ ଗତ ଅକ୍ଟୋବର ମାସରେ ବିଦ୍ୟାଳୟରେ ନିର୍ମାଣାଧୀନ ଏକ ଶୌଚାଳୟର ଛାତ ଭୁଶୁଡ଼ି ପଡ଼ିଥିଲା। ସେଦିନ ବି ରବିବାର ଥିବାରୁ କାହାର କିଛି କ୍ଷତି ହୋଇ ନଥିଲା।
ଏହି ବିଦ୍ୟାଳୟକୁ -୫ଟି ରୂପାନ୍ତରିତ ଯୋଜନାରେ ସାମିଲ ହେବା ପରେ ୨୦୨୧ ନଭେମ୍ବର ୨୯ରେ ଉଦ୍ଘାଟିତ ହୋଇଥିଲା। ସେବେଠାରୁ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଏହା ଭାଙ୍ଗିରୁଜି ଯାଉଛି ବୋଲି ବିଦ୍ୟାଳୟ କମିଟି ସଭାପତି ଶରତ ଚନ୍ଦ୍ର ପ୍ରଧାନ ଅଭିଯୋଗ ଉଠାଇଛନ୍ତି। ଦୁଇଦୁଇଥର ଏଭଳି ଘଟଣା ଘଟିବାରୁ ଅଭିଭାବକମାନେ ନିଜ ପିଲାଙ୍କୁ ଛାଡ଼ିବାକୁ ନିରାପଦ ମଣୁ ନାହାନ୍ତି। ୨୦୨୧ ରୁ ଏହା ରୂପାନ୍ତରୀକରଣ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ଏଯାଏ କାହିଁକି ଏହାକୁ ପୂର୍ଣ୍ଣାଙ୍ଗ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଅଶୋକ ବେହୁରିଆଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏହି ଘଟଣାର ଖୁବ୍ଶୀଘ୍ର ତଦନ୍ତ କରାଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/rkl-ss.jpg)