ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା

ଘଟଗାଁ: ଘଟଗାଁ ବ୍ଲକ୍ କୁଣ୍ଡାପିଠା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ ଚଳାଇଥିବା ବେଳେ ଆଜି ବି ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାନ୍ତି। ତିନି ଦିନ ହେଲା ସ୍କୁଲରେ ପାଠ ପଢା ସଂପୂର୍ଣ୍ଣ ଠପ ହୋଇଯାଇଛି। ସେପଟେ ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସରକାର ଶିକ୍ଷା ଆଇନ କରିବା ସହ ସମସ୍ତଙ୍କୁ ବାଧ୍ୟତାମୂଳକ ଶିକ୍ଷା ଦାନ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଶିକ୍ଷକ ନିଯୁକ୍ତି ନଦେଇ ପାଠ ପଢା ମୂଲ୍ୟହୀନ ଓ ପ୍ରହସନ ବୋଲି  ଅଭିଯୋଗ କରିଛନ୍ତି।

ତୁରନ୍ତ ଶିକ୍ଷକ ନିଯୁକ୍ତି  ଦିଆ ନ ଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୌତମ ମହାକୁଡ଼, ଉପ ସଭାପତି ଜେମାମଣି ମହାନ୍ତ, ସଦସ୍ୟ ନିରୁପମା କବି, ତପନ ମହାକୁଡ଼, ବିଜୟ ପଳେଇ, ଗୋରା ମୁଣ୍ଡା, କାଳୀଚରଣ ମହାନ୍ତ, ଅଜୟ ନାୟକ, ଅଭିମନ୍ୟୁ ପଇଦା, ଈଶ୍ୱର ପ୍ରଧାନ, ନରେନ୍ଦ୍ର ମହାନ୍ତ, ହରିହର ପଳେଇ, ରାଥୁ  ନାୟକ, ଦୁଃଖବନ୍ଧୁ ପଇଦା, ଦୁର୍ଯ୍ୟୋଧନ ନାୟକ, ତ୍ରିଲୋଚନ ପଳେଇ, ଦୟାନିଧି ମହାରଣା, ସମେତ ପଚାଶରୁ ଅଧିକ ଅଭିଭାବକ ଏହି ପ୍ରତିବାଦରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର