ସ୍କୁଲ ବନ୍ଦ ପ୍ରତିବାଦରେ ଧାରଣା ୧୬ ଦିନରେ

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଶାଳପଡ଼ା ପଞ୍ଚାୟତର ଝାଟିଆପଡ଼ା ପ୍ରକଳ୍ପ ବିଦ୍ୟାଳୟଟି ଗତ ଦୁଇବର୍ଷ ହେବ ବନ୍ଦ ରହିଥିବା ପ୍ରତିବାଦରେ ଅଭିଭାବକ ଓ ଛାତ୍ରଛାତ୍ରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୦ ତାରିଖରୁ ଧାରଣାରେ ବସିଛନ୍ତି। ଏହି ଧାରଣା ଆଜି ୧୬ ଦିନରେ ପହଞ୍ଚିଛି। କୁନି ପିଲାମାନେ ପ୍ରବଳ ଖରାରେ ସିଝୁଥିବା ବେଳେ କାଳବୈଶାଖୀ ବର୍ଷାରେ ଭିଜୁଛନ୍ତି। ତଥାପି ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ଅଧିକାରୀ ସେମାନଙ୍କ ପାଖକୁ ଆସିନାହାନ୍ତି।

ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଧାରଣାକାରୀ ଅଭିଭାବକ ନିଜନିଜ ଭିତରେ ଚାନ୍ଦା କରି ଏଠାରେ ରୋଷେଇ କରି ଖାଉଛନ୍ତି। ଏମାନେ ଏଠାରେ ରାତିଦିନ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ସ୍କୁଲ ଖୋଲାଯିବା ପାଇଁ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଧାରଣା ଚାଲୁ ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର