ରାଉରକେଲା: ରାସ୍ତା ଜାମ୍‌କୁ ଦୃଷ୍ଟିରେ ରଖି ହକି ଉଦ୍‌ଘାଟନୀ ମ୍ୟାଚ୍‌ (ଗତ ୧୩ ତାରିଖ) ଦିନ ଅପରାହ୍ନ ୧ଟାରୁ ରାଜ୍ୟର ସମସ୍ତ ସରକାର ଓ ଘରୋଇ ସ୍କୁଲକୁ ସରକାର ଛୁଟି ଘୋଷଣା କରିଥିଲେ। ଆଜି ରାଉରକେଲା ହକି ଷ୍ଟାଡିୟମରେ ଗୋଟିଏ ଦିନରେ ଅପରାହ୍ନ ୧ଟାରୁ ରାତି ପ୍ରାୟ ସାଢ଼େ ୮ଟା ପର୍ଯ୍ୟନ୍ତ ଚାରିଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ -ସାଉଥ ଆଫ୍ରିକା, ଦ୍ବିତୀୟ ମ୍ୟାଚ୍‌ ଫ୍ରାନ୍ସ- ଆର୍ଜେଣ୍ଟିନା, ତୃତୀୟ ମ୍ୟାଚ୍‌ ବେଲ୍‌ଜିୟମ-ଜାପାନ ଓ ଚତୁର୍ଥ ମ୍ୟାଚ୍‌ କୋରିଆ -ଜର୍ମାନୀ ମଧ୍ୟରେ ଖେଳାଯାଇଥିଲା। ଗୋଟିଏ ଦିନରେ ଚାରି ଚାରିଟି ମ୍ୟାଚ୍‌ ଥିବାରୁ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟି‌ରେ ରଖି ଛେଣ୍ଡ କଲୋନି ଭିତରକୁ କେବଳ ‘ମୋ ବସ୍‌’ ବ୍ୟତୀତ ଅନ୍ୟ କୌଣସି ବସ୍‌କୁ ଛଡା ଯାଇଥିଲା।

Advertisment

publive-image

ଏ ସମ୍ପର୍କରେ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଘରୋଇ ସ୍କୁଲକୁ ସୂଚନା ଦିଆଯାଇ ନଥିଲା। ଫଳରେ ଛେଣ୍ଡ କଲୋନୀ, କଳିଙ୍ଗ ବିହାରକୁ ଆସୁଥିବା ସ୍କୁଲ ବସ୍‌ଗୁଡ଼ିକୁ ରିଂରୋଡ ଦେଇ ଫେରି ଯାଇଥିଲା। ଫଳରେ ଛେଣ୍ଡ କଲୋନି ଓ କଳିଙ୍ଗ ବିହାରକୁ ଆସୁଥିବା ସ୍କୁଲ ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। କିଛି ଅଭିଭାବକ ସେମାନଙ୍କ ପିଲାଙ୍କୁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଘରକୁ ଚଲାଇ ଚଲାଇ ଆଣିବାକୁ ବାଧ୍ୟ ହୋଇଥିଲେ। ଜିଲ୍ଲା ପ୍ରଶାସନ ବିନା ସୂଚନାରେ ଏଭଳି ନିଷ୍ପତ୍ତିକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଆଗାମୀ ମ୍ୟାଚ୍‌ରେ ଏଭଳି ନ କରିବାକୁ ସେମାନେ ଜିଲ୍ଲା ପ୍ରଶାସନକୁ ଅନୁରେଧ କରିଛନ୍ତି।