ବ୍ରହ୍ମପୁର: ଜଳବାୟୁରେ ପରିବର୍ତ୍ତନ ଯୋଗୁ ପ୍ରକୃତିର ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଗ୍ରୀଷ୍ଣର ପ୍ରକୋପ ବଢ଼ିବା ସାଙ୍ଗକୁ ଦିନକୁଦିନ ସମୁଦ୍ର ଲଙ୍ଘି ଜନବସତି ପ୍ରତି ବିପଦ ସୃଷ୍ଟି କରୁଛି। ଏଥିପାଇଁ ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍ର ତଟବର୍ତ୍ତୀ ଗାଁଗୁଡ଼ିକ ପ୍ରତି ଆଗକୁ ବିପଦ ଘନେଇବାରେ ଲାଗିଛି। ଗଞ୍ଜାମ ବ୍ଲକ୍ର ଗୋଟିଏ ମତ୍ସ୍ୟଜୀବୀ ଗାଁ ପୋଡ଼ମପେଟା ସମୁଦ୍ର ଆଁରେ ହଜି ସାରିଥିବା ବେଳେ ଏବେ ଚିକିଟି ବ୍ଲକ୍ର ରାମେୟାପାଟଣା ପ୍ରତି ବିପଦ ରହିଛି। ଗତ ଦଶବର୍ଷ ଭିତରେ ପର୍ଯ୍ୟାୟ କ୍ରମେ ଏହି ଗଁାକୁ ଗିଳିଚାଲିଛି ସମୁଦ୍ର।
ଗଞ୍ଜାମ ଉପକୂଳ ପ୍ରାୟାଗୀଠାରୁ ସୁନାପୁର ପର୍ଯ୍ୟନ୍ତ ପ୍ରାୟ ୬୦ କିମି ବେଳାଭୂମି ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ସମୟରେ ଉପକୂଳ ଅଞ୍ଚଳବାସୀ ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛନ୍ତି। ସମୁଦ୍ର କୂଳରେ ଥିବା ଗଞ୍ଜାମ ବ୍ଲକ୍ର ପୋଡ଼ମପେଟା(ପୁରୁଣା) ଗ୍ରାମରେ ୨ଶହରୁ ଅଧିକ ପରିବାରବର୍ଗ ରହୁଥିଲେ। ସମୁଦ୍ରରୁ ମାଛ ଧରି ଜୀବନଜୀବିକା ନିର୍ବାହ କରୁଥିଲେ। ଗତ ୨୦୦୭ରୁ ସମୁଦ୍ର ଅଶାନ୍ତ ହୋଇ ବେଳାଭୂମି ଅବକ୍ଷୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ କୂଳ ଖାଇ ପୋଡ଼ମପେଟା ଗ୍ରାମବାସୀଙ୍କ ଘରଦ୍ବାର ସମୁଦ୍ର ଜୁଆରରେ ଭାଙ୍ଗି ଧୋଇ ହୋଇଯାଇଥିଲା। ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୧୯୯୦ରୁ ସମୁଦ୍ର ୫୨.୩୬ ମିଟର୍ ଆଗକୁ ବଢ଼ିଛି। ୨୦୫୦ ସୁଦ୍ଧା ଆହୁରି ୪୪ମିଟର ବୃଦ୍ଧି ହେବାନେଇ ଅନୁମାନ କରାଯାଇଛି।
ସାମୁଦ୍ରିକ ସୁରକ୍ଷା ଆଇନ ଅନୁସାରେ, ପୋଡ଼ମପେଟା ଗ୍ରାମ ସମୁଦ୍ରଠାରୁ ୨କିମି ଭିତରେ ଥିବାବେଳେ ବାରମ୍ବାର କୂଳ ଖାଉଥିବା ଯୋଗୁ ଗାଁକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୭ ମସିହାରେ ଗଞ୍ଜାମ ତହସିଲ ରାମଗଡ଼ ପଞ୍ଚାୟତ ଝାଡ଼ିପଦରରେ ଓଡିଆର୍ପିରେ ସରକାରଙ୍କ ତରଫରୁ ପରିବାରବର୍ଗଙ୍କୁ ଘର ଯୋଗାଇ ଦିଆଯାଇଥିଲା। ଚିକିଟି ବ୍ଲକ୍ର ରାମେୟାପାଟଣା ଗାଁ ପ୍ରତି ମଧ୍ୟ ବିଭିନ୍ନ ସମୟରେ ବିପଦ ମାଡ଼ି ଆସୁଛି। ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଏହି ଗ୍ରାମବାସୀଙ୍କ ପାଇଁ ଗାଁ ଠାରୁ ପ୍ରାୟ ୩କିମି ଦୂରରେ ଓଡିଆର୍ପିରେ ଘର ତିଆରି କରାଯାଇଛି। ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/f5h4sf65456hsfhfhfhfh.jpg)