ପୁରୀ: ଆଜି ପୁନର୍ବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ କରାଯାଉଛି। ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ ଯାଞ୍ଚ କରାଯାଉଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସ୍ୱତନ୍ତ୍ର ଟିମ୍ ଯାଞ୍ଚ କାମରେ ନିୟୋଜିତ ଅଛନ୍ତି।ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର, ଏଣ୍ଡାମେଣ୍ଟ ଅଧିକାରୀ ଆଦି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲିଛି। ମଠ ପରିଚାଳନା ଦାୟିତ୍ୱରେ ଥିବା ଉତ୍ତରପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କ ଲିଖିତ ନିବେଦନକୁ ବିଚାର କରି ଏହି ଯାଞ୍ଚ କରାଯାଉଛି।
ସୂଚନାଯୋଗ୍ୟ, ଏମାର ମଠରୁ ପୂର୍ବରୁ ୫୨୨ ଓ ପରେ ୪୨ଖଣ୍ଡ ରୂପା ଇଟା ଜବତ ହୋଇଥିଲା।
ରୂପା ଇଟାର ସନ୍ଧାନ ଲାଗି ପୁଣି ଏମାର ମଠରେ ଯାଞ୍ଚ ପ୍ରକ୍ରିୟା ଜାରି
/sambad/media/post_attachments/wp-content/uploads/2021/09/eaf06c6e-81ce-4f25-8139-6d9dc9d8d018.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)