ଚଢ଼େଇଧରା: ଧର୍ମଶାଳା ତହସିଲ ଡଙ୍କାରୀ ରାଜସ୍ୱ ସର୍କଲ ଅନ୍ତର୍ଗତ ବରଡ଼ା ମୌଜାରେ ୪୦ ଏକର ସରକାରୀ ଜାଗାରେ ଏକ କ୍ରସର ହବ୍ କରାଯିବ। ହାଇକୋର୍ଟ ନିର୍ଦେଶରେ ଜାତୀୟ ରାଜପଥ କଡ଼ରେ ଥିବା କ୍ରସରଗୁଡ଼ିକର ଥଇଥାନ ଲାଗି ପ୍ରଶାସନ ପକ୍ଷରୁ ଜାଗା ଯୋଗାଇ ଦିଆଯାଉଛି। ପୂର୍ବରୁ ନାକପୋଲ ସର୍କଲ ଅଁଳାଝଟିଆ ମୌଜାରେ ଏକ କ୍ରସର ହବ୍ କରାଯାଇଛି। ଏବେ ପ୍ରଶାସନ ପକ୍ଷରୁ ବରଡ଼ା ମୌଜରେ ୪୦ ଏକର ଜାଗା ଇଡ୍କୋକୁ ଦିଆଯାଇଛି। ଇଡ୍କୋ ମାଧ୍ୟମରେ ଏହି ଖାଲୁଆ ଚାଷଜମି ଜାଗାକୁ ସମତୁଲ କରି ରାସ୍ତା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ଆଜି ପ୍ରଶାସନ ପକ୍ଷରୁ ଜମିର ସୀମା ଚିହ୍ନଟ କରାଯାଇଛି। ଅତିରିକ୍ତ ତହସିଲଦାର ତପନ କୁମାର ମଲିକ, ଆର୍ଆଇ ମାନସ ବେଜ, ରାଜସ୍ୱ କର୍ମଚାରୀ, ଚଢ଼େଇଧରା ଫାଣ୍ଡି ଅଧିକାରୀ ବାସୁଦେବ ପରିଡ଼ାଙ୍କ ସମେତ ପୁଲିସ ଫୋର୍ସ ଓ ଇଡ୍କୋ ଅଧିକାରୀଙ୍କ ଉପସ୍ଥିତିରେ ଚିହ୍ନଟ ହୋଇଥିଲା।
ଅନ୍ୟପଟେ ଏହାଦ୍ୱାରା ମହିଷରା, ମଧୁପୁରଗଡ଼ ଓ ପୁରୁଣା ବଉଳମାଳ ପଞ୍ଚାୟତର ଶତାଧିକ ଚାଷୀ ସେମାନଙ୍କ ଚାଷଜମି ହରାଉଥିବା ଅଭିଯୋଗ କରିଛନ୍ତି। କିଛି ଚାଷୀଙ୍କ ନିକଟରେ ବର୍ଷ ବର୍ଷ ଧରି ଦଖଲ ସଂକ୍ରାନ୍ତ ରାଜସ୍ୱ ବିଭାଗର ପାଉତି ରହିଛି। ଆଉ କିଛି ଚାଷୀଙ୍କ ରେକର୍ଡ ରହିଛି। ପ୍ରଶାସନ ନିଷ୍ପତ୍ତିରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଫେରି ଯାଇଥିଲେ। ରେକର୍ଡ ଥିବା ଜମି ମାଲିକମାନେ ଏନେଇ ଆଇନର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/8-19.jpg)