ରେଙ୍ଗାଳି: କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ୍ ଆଜି ମଧ୍ୟାହ୍ନରେ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ମଙ୍ଗଳବାର ଗୋଟିଏ ଓ ଆଜି ଦ୍ୱିତୀୟ ଗେଟ୍ ଖୋଲାଯାଇଛି। ରେଙ୍ଗାଳି ଡ୍ୟାମ୍ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ ଆଜି ଦିନ ୧ଟା ସୁଦ୍ଧା ଡ୍ୟାମ୍ର ଜଳସ୍ତର ୧୨୨.୭୫ ମିଟରରେ ପହଞ୍ଚିଥିଲା।
ଫଳରେ ମଧ୍ୟାହ୍ନ ୧.୫୪ ମିନିଟରେ କର୍ତ୍ତୃପକ୍ଷ ଡ୍ୟାମ୍ର ଦ୍ୱିତୀୟ ଗେଟ୍ (ନଂ-୧୦)କୁ ଖୋଲି ଜଳ ନିଷ୍କାସନ କରିଥିଲେ। ଆଜି ଅପରାହ୍ଣ ପ୍ରାୟ ୩ଟା ସୁଦ୍ଧା ରେଙ୍ଗାଳି ଡ୍ୟାମ୍ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୨୨.୭୭ ମିଟର ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩୮୩୪.୬୦ ଘନ ମିଟର ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଖୋଲା ଯାଇଥିବା ଦୁଇଟି ଗେଟ୍ ଓ ପାୱାର ଚ୍ୟାନେଲ ମାଧ୍ୟମରେ ମୋଟ୍ ୩୭୭୩.୯୧ ଘନ ମିଟର ବନ୍ୟାଜଳ ନିଷ୍କାସିତ ହେଉଛି। ପ୍ରତି ଘଣ୍ଟାରେ ୨୪୫ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି। ଦୁଇଟି ଗେଟ୍ ଖୋଲାଯାଇଥିଲେ ମଧ୍ୟ ଘଣ୍ଟାକୁ ୨ ସେମି ଜଳସ୍ତର ବୃଦ୍ଧି ପାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/05/gdgddgcvv-2025-09-05-02-55-57.jpg)