ଭୁବନେଶ୍ବର,୨୧/୬(ଇମିସ): ବରିଷ୍ଠ ପ୍ରଶାସକ ସଂଜୟ କୁମାର ସିଂହ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ନେବା ପରେ ଆଜି ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ସୌଜନ୍ୟ ସାକ୍ଷାତ କରିଛନ୍ତି। ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ରାଉତ ଏବଂ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ଉପସ୍ଥିତିରେ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସହ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମୟରେ ବିଭାଗ ପକ୍ଷରୁ ପୁରୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ଶ୍ରୀ ସିଂହ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସାରା ବିଶ୍ବର ଅଗରିତ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଖକୁ ସିଧା ପ୍ରସାରଣ ମାଧ୍ୟମରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ପହଞ୍ଚାଇବାର ସୁବନ୍ଦୋବସ୍ତ କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ପରାମର୍ଶ ଦେଇଛନ୍ତି।
ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ସୌଜନ୍ୟ ସାକ୍ଷାତ କଲେ ବିଭାଗୀୟ ସଚିବ
/sambad/media/post_attachments/wp-content/uploads/2022/06/654654fs65hfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)