ଭଦ୍ରକ: ବେଦାନ୍ତ ଫେକର କାରଖାନାରେ ପୁଣି ୧୪୪ ଧାରା ବୃଦ୍ଧି କରାଯାଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ହୋଇଯାଇଛି। କିଛି ଅଘଟଣ ଆଶଙ୍କାରେ ଆଜି ସକାଳ ୬ଟାରୁ ୧୯ ତାରିଖ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ଅବଧିକୁ ବଢ଼ାଇ ଦିଆଯାଇଛି। ଫେକର କାରଖାନା ପରିସର ସମେତ ଏହାର ଆଖପାଖ ଅଞ୍ଚଳର ୨୦୦ ମିଟର ପର୍ଯ୍ୟନ୍ତ ଏହି ୧୪୪ ଧାରା ଲାଗୁ କରାଯାଇଛି। ଦୁର୍ଘଟଣାକୁ ନେଇ ପୂର୍ବରୁ ୨ ଥର ୧୪୪ ଧାରା ଅବଧିକୁ ବୃଦ୍ଧି କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ରାନ୍ଦିଆସ୍ଥିତ ବେଦାନ୍ତ ଫେକର କାରଖାନା ଭିତରେ ଗତ ମଙ୍ଗଳବାର ଦିନ କାମ କରୁଥିବା ସମୟରେ ନିଆଁ ଝୁଲ ପଡି ଦୁଇ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ। ଦୁଇ ଜଣ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ସୂତାର ଓ ବିଜୟ ବେହେରାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ଭୁବନେଶ୍ବରର କିମ୍ସ ହସ୍ପିଟାଲରୁ ମୁମ୍ବାଇ ନିଆଯାଇଥିଲା। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଏୟାରଲିଫ୍ଟ କରି ମୁମ୍ବାଇ ବର୍ଣ୍ଣ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହାପରେ ବେଦାନ୍ତ ଫେକର ଗେଟ୍ର ୨୦୦ ମିଟର ଦୂର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/faker-ff.jpg)