ଢେଙ୍କିକୋଟ : ପାଣିକୋଲି-କେନ୍ଦୁଝର ଜାତୀୟ ରାଜପଥ ଏବଂ ଢେଙ୍କିକୋଟ କରଞ୍ଜିଆ ଭାୟା ପାଟଣା ଜାତୀୟ ରାଜପଥ ପାର୍ଶ୍ବରେ ଥିବା ସୁରକ୍ଷା ବାଡ଼କୁ ଦୁର୍ବୃତ୍ତମାନେ ଚୋରି କରି ନେଉଥିବା ଦେଖାଯାଉଛି। ଜିଆଇ ପ୍ଲେଟ ସୁରକ୍ଷା ବାଡ଼ାରେ ଲାଗିଥିବାବେଳେ ଏହାକୁ କାଟି ଖଣ୍ଡଖଣ୍ଡ କରି ରାତିରେ ବୋହି ନେଉଛନ୍ତି। ପ୍ରଥମେ କାଟିବା ସହ ଯେଉଁଠି ବୋଲ୍‌ଟ ଲାଗିଛି ତାକୁ ଖୋଲି ଦେଉଛନ୍ତି। ଲମ୍ବା ପ୍ଲେଟ କିଛି ଦିନ ଝୁଲି ରହିବାପରେ ରାତିରାତି ତାକୁ ପାର କରିଦେଉଛନ୍ତି।

Advertisment

ଗତବର୍ଷ ପାଟଣା ଓ ଘଟଗାଁ ଥାନା ଇଲାକାରୁ ପାଟଣାକୁ ଟିକିରା ଗ୍ରିଡ୍‌ରୁ ବିଦ୍ୟୁତ୍‌ ସଂଯୋଗ ପାଇଁ ପୋତା ଯାଇଥିବା ୨୮ ଟି ବିଦ୍ୟୁତ୍‌ ଖୁଣ୍ଟକୁ ଦୁର୍ବୃତ୍ତମାନେ ଗ୍ୟାସ କଟର ଲଗାଇ କାଟି ନେଇଥିଲେ। ନିକଟରେ ଟାଙ୍ଗରପଡ଼ାର ଏକ କ୍ରସରକୁ ବିଦ୍ୟୁତ୍‌ ଯିବା ପାଇଁ ପୋତା ଯାଇଥିବା ୪ ଟି ଖୁଣ୍ଟ ମଧ୍ୟ କାଟି ନେଇଥିଲେ। ରାସ୍ତା କଡ଼ରୁ ଜିଆଇ ପ୍ଲେଟ ଖୋଲି ନେଉଥିଲେ ହେଁ ଏଥିପ୍ରତି ପୁଲିସ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ନଦେବା ଚିନ୍ତାର କାରଣ ହୋଇଛି।