ଚିତ୍ରକୋଣ୍ଡା: ସ୍ବାଭିମାନ ଅଞ୍ଚଳବାସୀଙ୍କ ସଂପର୍କର ସେତୁ ଗୁରୁପ୍ରିୟାରେ ଲାଗିଥିବା ସିସି କ୍ୟାମେରା, ଏଇଡି ଲାଇଟ ଏବଂ ସୌର ଚାଳିତ ଲାଇଟ୍ ଗୁଡ଼ିକ ଅଚଳ ହୋଇଯାଇଥିଲା। ଯାହାଫଳରେ ଏହି ସେତୁର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ‘ସମ୍ବାଦ’ରେ ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ। ସ୍ଥିତିର ଗୁରୁତ୍ବକୁ ଉପଲବ୍ଧି କରି ଲାଇଟ୍ ଏବଂ କ୍ୟାମେରାର ରକ୍ଷଣାବେକ୍ଷଣର ଦାୟିତ୍ବ ନେଇଥିବା ସଂସ୍ଥା ଦ୍ୱାରା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। କିଛି ସ୍ଥାନରେ ନୂତନ ଲାଇଟ୍ ଲଗାଇ ଲାଗିଥିବା ଦେଖିବାକୁ ମିଳିଛି। ଏଭଳି ତ୍ବରାତ୍ ପଦକ୍ଷେପ ପାଇଁ ସେତୁ ଆଖପାଖ ଅଞ୍ଚଳର ଲୋକଙ୍କ ସହ ବୁଦ୍ଧିଜୀବୀ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।
ପୁଣି ଝଲସିଲା ଗୁରୁପ୍ରିୟା ସେତୁ
/sambad/media/post_attachments/wp-content/uploads/2021/01/f54h56fsh46f5s4h65sfh4fs6h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)