ହାଇକୋର୍ଟରେ ପହଞ୍ଚିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ

ଜନସ୍ବାର୍ଥ ମାମଲା ଦାୟର୍‌

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଚାଲିଥିବା ଖନନ ଓ ଏହାର କମ୍ପନ ସହ ସୃଷ୍ଟି ହୋଇଥିବା ବିରାଟ ବିରାଟ ଗର୍ତ୍ତ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଛି। ଶ୍ରୀମନ୍ଦିର ପାଇଁ କରାଯାଉଥିବା ଏହି ପ୍ରକଳ୍ପ ଆଜି ଶ୍ରୀମନ୍ଦିରକୁ ବିପଦ ଭିତରକୁ ଠେଲି ଦେଇଥିବାରୁ ବିଭିନ୍ନ ସଂଗଠନ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସେପଟେ ଏହି ପ୍ରକଳ୍ପକୁ ନେଇ ସମାଜସେବୀ ଦିଲୀପ କୁମାର ବରାଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ହାଇକୋର୍ଟଙ୍କ ନିକଟରେ ଏକ ଜନସ୍ବାର୍ଥ ମାମଲା(ଡବ୍ଲୁପି(ସି)/୦୦୦୬୨୫୭/୨୦୨୨) ଦାୟର କରିଛନ୍ତି। ଅଭିଯୋଗରେ ଶ୍ରୀ ବରାଳ ରାଜ୍ୟ ମୁଖ୍ୟ ଶାସନ ସଚିବ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜି, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ କାର୍ଯ୍ୟାଳୟର ମୁଖ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟିଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର