ଶ୍ବଶୁର ଘରକୁ ଆସି ଜ୍ବାଇଁର ଆତ୍ମହତ୍ୟା

ଘୁ.ଉଦୟଗିରି : ଶ୍ବଶୁର ଘରକୁ ଆସି ଆତ୍ମହତ୍ୟା କଲେ ଜ୍ବାଇଁ।  କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ୪ ନମ୍ବର ୱାର୍ଡ଼ ଶ୍ରୀରାମପଦା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, ଟିକାବାଲି ଥାନା ଅଧୀନ ପାଣିଙ୍ଗିଆ ଗ୍ରାମ କଲୋନି ସାହିର ନରେଶ ଦିଗାଳ (୪୮)। ଶ୍ରୀରାମପଦା ନିକଟ ଜଙ୍ଗଲ ଶାଗୁଆନ୍ ଗଛରୁ ଆଜି ନରେଶଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ସୂଚନାନୁସାରେ ନରେଶ ଶ୍ରୀରାମପଦାର ବବିତା ଦିଗାଲଙ୍କୁ ବିବାହ କରିଥିଲେ। କିନ୍ତୁ କିଛିଦିନ ହେଲା ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା।

ଫଳରେ ବବିତା ୨ ପୁଅ ଓ ୨ ଝିଅଙ୍କୁ ଧରି ବାପଘର ଶ୍ରୀରାମପଦା ଚାଲିଆସିଥିଲେ। ଗତକାଲି ନରେଶ ତାଙ୍କୁ ବୁଝାସୁଝା କରି ଗାଁକୁ ନେବା ପାଇଁ ଆସିଥିଲେ। କିନ୍ତୁ ଆଜି ସେ ହଠାତ୍ ଆତ୍ମରତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ପତ୍ନୀଙ୍କ ସହ ଝଗଡ଼ା ହେତୁ ନରେଶ ମାନସିକସ୍ତରରେ ଭାଙ୍ଗି ପଡ଼ିଥିବା ଅନୁମାନ କରାଯାଉଛି।  ଘୁ.ଉଦୟଗିରି ପୁଲିସ ଶବକୁ ଜବତ କରିବା ସହ ଏନେଇ କେସ୍ ନମ୍ବର ୫/୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଏଏସ୍‌ଆଇ ବିନୟ ଭୂଷଣ ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର