ଶ୍ୱଶୁରଙ୍କ କାନ କାଟିଦେଲେ ଜ୍ୱାଇଁ, ବହେ ଛେଚି ପୁଲିସରେ ଦେଲେ ପରିବାର

ନୀଳଗିରି: ନୀଳଗିରି ଥାନା ଧୋବଶିଳା ଅଞ୍ଚଳରେ ଶ୍ବଶୁରଙ୍କ କାନ କାଟିଲେ ଜ୍ବାଇଁ। ପରେ ପରିବାର ଲୋକେ ଏକାଠି ହୋଇ ନିର୍ଘାତ ଛେଚିବା ସହ ତାଙ୍କୁ ନେଇ ପ୍ରଥମେ ଥାନା ଓ ପରେ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନୀଳଗିରି ଥାନା ଅଧୀନ ଧୋବଶିଳା ଅଞ୍ଚଳର ଗଣେଶ୍ବର ମହାନ୍ତିଙ୍କ ଝିଅ ସବିତାଙ୍କୁ ସେହି ଗ୍ରାମର ଦୈତାରି ମହାଳିକଙ୍କ ପୁଅ ଅରୁଣ ବିବାହ କରିଥିଲେ। ସବିତାଙ୍କୁ ତାଙ୍କ ସ୍ବାମୀ ଅରୁଣ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏପରିକି ଥାନାରେ ଉଭୟ ପକ୍ଷ ବସି ଘଟଣାର ସମାଧାନ ମଧ୍ୟ କରିଥିଲେ। ତେବେ ଗତ ୨୩ ତାରିଖରେ ପୁଣି ସେ ସବିତାଙ୍କୁ ଧମକଚମକ ଦେବା ସହ ମାଡ଼ ମାରିଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଘଟଣା ଆଜି ଉଗ୍ର ରୂପ ନେଇଛି। ଅରୁଣ ନିଶାସକ୍ତ ଅବସ୍ଥାରେ ଶ୍ବଶୁର ଘରେ ପହଞ୍ଚି ଏକ ଧାରୁଆ ଅସ୍ତ୍ରରେ ଶ୍ବଶୁରଙ୍କ କାନକୁ ହାଣି ଦେଇଥିଲେ। ଫଳରେ ଶ୍ବଶୁର ଗଣେଶ ପ୍ରସାଦ ତଳେ ପଡ଼ି ଚତ୍କାର କରିଥିଲେ। ସବିତାଙ୍କ ପରିବାର ଲୋକ ଜ୍ବାଇପୁଅଙ୍କୁ ଘେରିଯିବା ସହିତ ନିର୍ଧୂମ ଛେଚିଥିଲେ। ପରେ ତାଙ୍କୁ ଏକ ଗାଡ଼ିରେ ପକାଇ ଥାନାକୁ ନେଇଥିଲେ।

ପୁଲିସ ତାଙ୍କୁ ଡାକ୍ତଖାନାକୁ ନେବା ପାଇଁ କହିବା ପରେ ଅରୁଣଙ୍କୁ ଶ୍ବଶୁରଘର ଲୋକେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେପଟେ ଗଣେଶ ପ୍ରସାଦ ମଧ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର