ଜଗତସିଂହପୁର ଟାଉନ/ତିର୍ତ୍ତୋଲ: ତିର୍ତୋଲ ବ୍ଲକ୍ ମଣିଜଙ୍ଗା ପଞ୍ଚାୟତ ଅନ୍ତର୍ଗତ ହୁକୁଟୋଲା ଗାଁରେ ସରପଞ୍ଚ ମମତା ସାହୁଙ୍କ ସ୍ୱାମୀ ଗୁରିଆ ଓରଫ ରଶ୍ମିରଞ୍ଜନ ସାହୁ(୪୫)ଙ୍କୁ ତାଙ୍କ ନିଜ ପୁତୁରା ମନୋଜ ଗାଡ଼ି ଚଢ଼ାଇ ମାରି ଦେଇଥିବା ଅଭିଯୋଗ ହୋଇଛି।
ଆଜି ଅପରାହ୍ନରେ ସରପଞ୍ଚଙ୍କ ସ୍ବାମୀ ଗୁରିଆ ଅନ୍ୟ ଦୁଇଜଣ ଲୋକଙ୍କ ସହ ଗ୍ରାମଦେବତୀ ମନ୍ଦିର ନିକଟ ବୁଲାଣି ରାସ୍ତାରେ ଛିଡ଼ାହୋଇ କଥାବାର୍ତା କରୁଥିଲେ। ଏହି ସମୟରେ ତାଙ୍କ ତାଙ୍କ ପୁତୁରା ମନୋଜ କୁମାର ସାହୁ ଓରଫ କାଜଲ ଏକ ଟାଟା ଏସିଇ ଗାଡ଼ି ନେଇ ଦ୍ରୁତଗତିରେ ମାଡ଼ି ଆସିଥିଲା। ଆଉ ଆଖି ପିଛୁଳାକେ ଡାଲା ଅଟୋଟି ଗୁରିଆଙ୍କ ଉପରେ ଚଢ଼ିଯାଇ ମନ୍ଦିର ଖୁଣ୍ଟରେ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଟକ ବଡ଼ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଘଟାଇବା ପରେ କାଜଲ କେଉଁଆଡ଼େ ଫେରାର ହୋଇଯାଇଛି। ଖବର ପାଇ ତିର୍ତ୍ତୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଗୁରିଆଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଅନ୍ତିମ ସଂସ୍କାର ବ୍ୟବସ୍ଥା କରାଯାଇଛି। ଗୁରିଆଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ପୁତୁରା ମନୋଜ ଭଲ ଭାବେ ଗାଡ଼ି ଚଳାଇ ଶିଖି ନଥିବାରୁ ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/f56h4s456456456sffhhfsfhsfhs.jpg)