ତେଲକୋଇ: ଗତକାଲି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ସାଲେଇକେନା ଗ୍ରାମରେ ଜଣେ ୮୦ ବର୍ଷର ବୃଦ୍ଧା ଅପୂର୍ବ ନାୟକ। ଘର ଯୋଡା ଅଞ୍ଚଳର ମରସୁଆଁ। ବୃଦ୍ଧାବସ୍ଥାରେ ୩ ପୁଅ ନ ପଚାରିବାରୁ ସେ ୫ ବର୍ଷ ପୂର୍ବେ ଝିଅ ଘରକୁ ଚାଲି ଆସିଥିଲେ। ସଲେଇକେନାରେ ତାଙ୍କ ଝିଅ ନିରାଶ ନାଏକ, ଜୋଇଁ ସତ୍ୟାନନ୍ଦ ନାଏକଙ୍କ ଘରେ ପାଞ୍ଚ ବର୍ଷ ହେବ ରହି ଆସୁଥିଲେ। ଗତକାଲି ଅପରାହ୍ଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ମାଆଙ୍କ ମୃତ୍ୟୁ ଖବର ପୁଅଙ୍କୁ ଜଣାଗଲା। ଶବ ନେଇ ଗାଁରେ ସତ୍କାର କରିବାକୁ ଝିଅ ନେହୁରା ହୋଇଥିଲେ। କିନ୍ତୁ ପୁଅମାନେ କେହି ନଆସିବାରୁ ଶେଷରେ ଝିଅ କାନ୍ଧରେ ମା’ର ଶେଷ ଯାତ୍ରା ହୋଇଥିଲା। ଝିଅଜୋଇଁ, ନାତି ମିଶି କୋକେଇ ବୋହିବା, ମୁଖାଗ୍ନି ଦେବା ସହିତ ନିଜ ଘର ପାଖ ବାଡ଼ିରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଚମକପୁର ପଞ୍ଚାୟତ ଅନ୍ତର୍ଗତ ମରସୁଆଁ ଗ୍ରାମର ସ୍ବର୍ଗତ ମୁକୁନ୍ଦ ନାଏକଙ୍କ ଧର୍ମପତ୍ନୀ ନିରାଶ ନାଏକଙ୍କ ୫ଟି ସନ୍ତାନ। ମନୁ, ଅନାମ, ସାହେବ ୩ ପୁଅ ଏବଂ ବିଳାଶ ଓ ନିରାଶ ୨ ଝିଅ। କାନପୁର ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିଲେ ପରିବାର। ଯାହା କିଛି ଟଙ୍କା ପଇସା ମିଳିଲା ୩ ଭାଇ ଭାଗବଣ୍ଟା କରି ନେଇଗଲେ। ମା’ ଅପୂର୍ବ ପାଇଥିବା ଟଙ୍କା ୨ଝିଅଙ୍କୁ ଦେଇଥିଲେ। ଟଙ୍କା ପାଇଁ ପୁଅମାନେ ପଚାରିଲେ ନାହିଁ। ସେ ଏକୁଟିଆ ରୋଷେଇ କରି ଚଳୁଥିଲା। ଜୀବନର ଶେଷ ଭାଗରେ କେନ୍ଦୁଝର ନିକଟ ଧୃପଦାରେ ବଡ଼ଝିଅ ବିଳାଶ ପାଖରେ ୨ ବର୍ଷ ଓ ତେଲକୋଇ ବ୍ଲକ ସଲେଇକେନାରେ ସାନ ଝିଅ ନିରାଶ ପାଖରେ ୫ ବର୍ଷ ବିତାଇଥିଲେ। କେହି ନଆସିବାରୁ ସଲେଇକେନା ସରପଞ୍ଚ ପାଙ୍ଗେଲା ମୁଣ୍ଡା ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ମା’ର ଶେଷକୃତ୍ୟ କଲେ ନିରାଶ। ଏନେଇ ସାହେବଙ୍କୁ ଯୋଗାଯୋଗ କରିବାରୁ ପୂର୍ବରୁ ମାସେ ତଳେ ମାଆ ମରିଗଲା କହି ମିଛରେ ଆମକୁ ଡକାଇ ହଇରାଣ କରିଥିଲେ। ବିସ୍ଥାପିତ ସମସ୍ୟା ଯୋଗୁଁ ଅନ୍ୟ ୨ ଭାଇ ଅନ୍ୟ କେଉଁଠି ରହୁଛନ୍ତି। ଆଜି ପର୍ଯ୍ୟନ୍ତ ଜମି କି ଘର ପାଇ ନଥିବାରୁ ପଲିଥିନ ତଳେ ପରିବାର ନେଇ ରହୁଛୁ। ଘଟଣା ସମ୍ପର୍କରେ ଦିନ ୨ଟା ବେଳେ ଶୁଣିଲି। ସେତେବେଳେ ମୋ ପକ୍ଷରେ ଯିବା ସମ୍ଭବ ନଥିଲା ବୋଲି କହିଛନ୍ତି।