ରାଜ୍ୟ ସରକାର ଗଠନ କଲେ ‌ସ୍ବତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର: ଡ୍ରାଇଭର ମହାସଂଘର ଆନ୍ଦୋଳକୁ ଦେଖି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପୁଲିସ ମହାନିର୍ଦେଶକ, ଉନ୍ନୟନ କମିସନର, ବାଣିଜ୍ୟ ଓ ପରିବହନ ବିଭାଗ, ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ ଓ ପରିବହନ କମିସନର ଏଥିରେ ସଦସ୍ୟ ରହିଛନ୍ତି। ଏହାସହ ୩ଟି ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି।

ରାଜ୍ୟରେ ଜରୁରୀକାଳୀନ ରେସପନ୍ସ କେନ୍ଦ୍ର ୧୧୨, ପରିବହନ କମିସନରଙ୍କ କାର୍ଯ୍ୟାଳୟ ୧୮୦୦-୩୪୫-୧୦୭୩ ଓ ଖାଦ୍ୟ ଯୋଗାଣ ବିଭାଗର ୦୬୭୪-୨୩୯୩୬୪୪ ନମ୍ବର ଯୋଗାଯୋଗ କରାଯାଇପାରିବ। ଗୁରୁବାର ସଂଧ୍ୟାରେ କମିଟିର ପ୍ରଥମ ବୈଠକ ବସିବା ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପାଇଁ ଟାସ୍କ ଫୋର୍ସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜନସାଧାରଣଙ୍କୁ ଯେପରି କୌଣସି ପ୍ରକାର ସମସ୍ୟା ନ ହେବ ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଉପ‌ରେ ବିଚାର କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର