ଭୁବନେଶ୍ୱର: ସ୍କ୍ରାପ୍ ପଲିସି ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସ୍କ୍ରାପ୍ ପଲିସି ଏପ୍ରିଲରୁ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି। ତେବେ ଏନେଇ ରାଜ୍ୟରେ କାର୍ଯ୍ୟକାରୀ ନେଇ କିଛି ନିଷ୍ପତ୍ତି ହୋଇନି। ଗାଡ଼ି ଯଦି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ। ଯଦି ଗାଡ଼ି ଠିକ ଥିବ ହଟାଇବା କଷ୍ଟ। ଫିଟନେସ ଥିବା ଗାଡ଼ି ଚାଲିବ। ପଞ୍ଜିକରଣ କରି ଗାଡ଼ି ଚାଲିପାରିବ। ସ୍କ୍ରାପ୍ ପଲିସି ଦ୍ୱାରା ଲୋକ କ୍ଷତିରେ ପଡ଼ିବେ। ପଲିସି ଦ୍ୱାରା ଲୋକ କଣ ଅସୁବିଧାର ସମ୍ମୁଖୀନ ହେବେ ସେ ନେଇ କେନ୍ଦ୍ରକୁ ଅବଗତ କରାଯାଇଛି। ପଲିସି ଲାଗୁ ନେଇ ରାଜ୍ୟ କିଛି ନୀତିଗତ ନିଷ୍ପତ୍ତି ନେଇନି। କେତେ ପୁରୁଣା ଗାଡ଼ି ଅଛି ବିଭାଗ ତଥ୍ୟ ଦାଖଲ କରୁଛି।
ଏଣେ ଇ ଭେହିକିଲ କାର୍ଯ୍ୟକ୍ଷମ ନେଇ ପରିବହନ ମନ୍ତ୍ରୀ କହିଛନ୍ତି,ଯିଏ ଇ ଭେହିକିଲ କିଣିବ ରାଜ୍ୟ ସରକାର ତାଙ୍କୁ ପ୍ରୋତ୍ସାହନ ଦେବେ। ନୂଆ ଆଇନ ଆସିବା ପରେ ନିଷ୍ପତ୍ତି ହୋଇଛି। ଚାର୍ଜିଙ୍ଗ ଷ୍ଟେସନ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଭାଗୀୟ ଆଲୋଚନା ଚାଲିଛି। ନିର୍ଦ୍ଧିଷ୍ଟ କେତେ ବ୍ୟବଧାନରେ ଚାର୍ଜିଙ୍ଗ ଷ୍ଟେସନ ପ୍ରତିଷ୍ଠା କରାଯିବ ସେ ନେଇ ଆଲୋଚନା ଚାଲିଛି। ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ।
ତାମିଲନାଡୁ ମଡେଲ ଆପଣେଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ତାମିଲନାଡୁ ମଡେଲ ଦେଶର ବେଷ୍ଟ ମଡେଲ। ଦୁର୍ଘଟଣା କମେଇବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଛନ୍ତି। ଆଗକୁ କରିବେ ମଧ୍ୟ। ସେଥିପାଇଁ ଯେଉଁ ମଡେଲ ଆବଶ୍ୟକ ରାଜ୍ୟ ଗ୍ରହଣ କରିବ। ଦୁର୍ଘଟଣା ପରେ କିପରି ଲୋକଙ୍କୁ ତତକ୍ଷଣାତ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ପ୍ରୟାସ କରାଯାଉଛି। ଦୁର୍ଘଟଣା ହାର ହ୍ରାସ ପାଇଁ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp