ଭୁବନେଶ୍ବର: ଆସନ୍ତା ୧୮ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ନିର୍ବାଚନ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ଅପରାହ୍ନରେ ଶ୍ରୀ ଲୋହାନୀ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ହୋଇଥିବା ଭୋଟିଂ କମ୍ପାଟମେଣ୍ଟ ଓ ଭୋଟରଙ୍କ ପ୍ରତୀକ୍ଷା କକ୍ଷ, ଗଣମାଧ୍ୟମ ପ୍ରତିନିଧିଙ୍କ ଖବର ସଂଗ୍ରହ ସ୍ଥାନ ପରିଦର୍ଶନ କରିଥିଲେ। ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୁଲିଂ ଅଧିକାରୀ, ସୁରକ୍ଷା ଅଧିକାରୀ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କ ଆଲୋଚନା କରିଥିଲେ। ଭୋଟରମାନେ ଯେପରି ସୁରୁଖୁରୁରେ ମତଦାନ କରିପାରିବେ ସେନେଇ ପ୍ରତ୍ୟେକ ପୁଲିଂ ଅଧିକାରୀଙ୍କ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ସହକାରୀ ରିଟର୍ଣ୍ଣିଂ ଅଧିକାରୀ ଆର୍.ରଘୁରାମ ଆୟାର, ଗଙ୍ଗାଧର ମଲ୍ଲିକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ସମସ୍ତ ପୁଲିଂ ଅଧିକାରୀ, ବିଧାନସଭା ସୁରକ୍ଷା ଅଧିକାରୀ ଗୋପାଳକୃଷ୍ଣ ବେହେରା, ଅତିରିକ୍ତ ଏସ୍ପି, ସହକାରୀ ମାର୍ଶାଲଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
/sambad/media/post_attachments/wp-content/uploads/2022/07/f654h654sfh65hfs456h4hf65fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)