ପୁରୀ : ସନ୍ଥ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରୁ ଗାଏବ ହୋଇଯାଇଛି ଦଣ୍ଡ। ଗତ ୫ ତାରିଖରେ ଭକ୍ତି ମାର୍ଗର ପ୍ରଚାରକ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଗତଗୁରୁ ରାମାନୁଜାଚାର୍ଯ୍ୟଙ୍କ ଦର୍ଶନ ବାବଦରେ ବାର୍ତ୍ତା ପଠାଇଥିଲେ।
ଶ୍ରୀୟଦୁଗିରି ୟଥିରାଜ ମଠ ପକ୍ଷରୁ ତାଳବଣିଆସ୍ଥିତ ହେଲିପ୍ୟାଡ୍ ଛକରେ ବିଗ୍ରହ ପ୍ରତିଷ୍ଠା ସହ ସନ୍ଥଙ୍କ ଧ୍ବଜା ଖଚିତ ଦଣ୍ଡ ରହିଥିଲା। ମାତ୍ର, ଦିନକେଇଟା ଯାଉଣୁ ବିଗ୍ରହଙ୍କ ହାତରୁ ଦଣ୍ଡ ଗାଏବ ହୋଇଯାଇଛି। କେହି ଅସାମାଜିକ ବ୍ୟକ୍ତି ଏହି ଦଣ୍ଡ ଚୋରାଇ ନେଇଥିବା ନେଇ ଆଲୋଚନା ହେଉଛି। ଉଲ୍ଲେଖଯୋଗ୍ୟ ଯେ ଶ୍ରୀରାମାନୁଜାଚାର୍ଯ୍ୟ ୯୬୦ ବର୍ଷ ପୂର୍ବେ ପୁରୀକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।