କଣ୍ଟାମାଳ: ଗତ ୨୦ ତାରିଖ ଦିନ ଚୋରି ହୋଇଥିବା ୧୫୦୦ ମିଟର କଣ୍ଡକ୍ଟର ତାର ଉଦ୍ଧାର ହେବା ସହିତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ସୂଚନା ଅନୁସାେର କଣ୍ଟାମାଳ ଥାନା କୁଲୁତାଜୋର୍ ପଞ୍ଚାୟତ ଟପର୍ଣ୍ଣା ଗ୍ରାମରେ ମେଗା ଲିପ୍ଟ ପଏଣ୍ଟ କାମ ଚାଲୁଥିବା ବେଳେ ପ୍ରାୟ ୧୫୦୦ ମିଟର କଣ୍ଡକ୍ଟର ତାର ଚୋରି ହେଇଥିବା ନେଇ ଗତ ୨୦ତାରିଖରେ କଣ୍ଟାମାଳ ଥାନାରେ ସମ୍ପୃକ୍ତ ଠିକାଦାର ଅଭିଯୋଗ କରିଥିଲେ।
ଅଭିଯୋଗ ପାଇ କଣ୍ଟାମାଳ ପୁଲିସ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ରବିବାର ତୁଷୁରା ପୁଲିସ ସହାୟତାରେ ବଡ଼ବାହାଲ ଗ୍ରାମର ବିରାଟ ରଣାକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/arrest-1.jpg)