‘କରମଣ୍ଡଳ’ର ଦୁର୍ଘଟଣା କାହାଣୀ : ଆରମ୍ଭରୁ ଏପର୍ଯ୍ୟନ୍ତ

୧୫ ମାର୍ଚ୍ଚ ୨୦୦୨
ହାୱଡ଼ା-ଚେନ୍ନାଇ କରମଣ୍ଡଲ ଏକ୍ସପ୍ରେସ୍‌ର ପ୍ରାୟ ୭ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ରାତି ପ୍ରାୟ ୨ଟା ୪୦ରେ ନେଲୋର ଜିଲ୍ଲାର କୋଭୁରୁ ମଣ୍ଡଳର ପାଡୁଗୁପଡୁ ରୋଡ୍‌ ଓଭରବ୍ରିଜରେ ଦୁର୍ଘଟଣା ହେବା ଦ୍ବାରା ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

୧୩ ଫେବ୍ରୁଆରି ୨୦୦୯
ଭୁବନେଶ୍ବରଠାରୁ ପ୍ରାୟ ୧୦୦ କିମି ଦୂର ଯାଜପୁର-କେନ୍ଦୁଝର ରୋଡ୍‌ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇଥିଲେ। ଦୁର୍ଘଟଣା ଘଟିଥିବା ବେଳେ କରମଣ୍ଡଳ ଏକ୍ସପ୍ରେସ୍‌ ଘଣ୍ଟା ପ୍ରତି ୧୧୫ କିମି ବେଗରେ ଗତି କରୁଥିଲା।

୩୦ ଡିସେମ୍ବର ୨୦୧୨
ଗଞ୍ଜାମ ଜିଲ୍ଲାରେ କରମଣ୍ଡଳ ଏକ୍ସପ୍ରେସ୍‌ ଧକ୍କାରେ ଦୁଇଟି ଛୁଆ ସମେତ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ଟ୍ରେନ୍‌ର ଜଣେ ବେଡ୍‌ରୋଲ କର୍ମଚାରୀ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

୧୪ ଜାନୁଆରି ୨୦୧୪
ଭୁବନେଶ୍ବର ଲିଙ୍ଗରାଜ ରେଳ ଷ୍ଟେସନ୍‌ ନିକଟରେ ଚେନ୍ନାଇ-ହାୱଡା କରମଣ୍ଡଳ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଟ୍ରେନ୍‌ରେ ବ୍ୟାପିବା ପୂର୍ବରୁ ଲିଭାଇ ଦିଆଯାଇଥିବାରୁ ବଡ଼ଧରଣର କ୍ଷତିକୁ ରୋକାଯାଇପାରିଥିଲା। ଅଗ୍ନିଶମ ବାହିନୀ ଅଳ୍ପ ସମୟ ମଧ୍ୟରେ ଘଟଣାକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା‌।

୧୮ ଏପ୍ରିଲ ୨୦୧୫
ନିଡାଡାଭୋଲୁ ଜଙ୍କସନରେ କରମଣ୍ଡଳ ଏକ୍ସପ୍ରେସ୍‌ରେ ନିଆଁ ଲାଗିଥିଲା। ଏଥିରେ ଟ୍ରେନ୍‌ର ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନ ଥିଲା।

ସମ୍ବନ୍ଧିତ ଖବର