କାର ଅପହରଣର ଛାତିଥରା କାହାଣୀ: ଡ୍ରାଇଭର ମୁଣ୍ଡରେ ବନ୍ଧୁକ ରଖି ଇନୋଭା କାରକୁ ହାଇଜାକ୍ କରିନେଲେ ୮ ଡକାୟତ

ବୌଦ୍ଧ: ଅତି ଆଶ୍ଚର୍ଯ୍ୟଜନକ ଭାବେ କାର ହାଇଜାକ କରିନେଲେ ଦୁର୍ବୃତ୍ତ । ବଲାଙ୍ଗୀରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ଇନୋଭା କାର ଭଡ଼ାରେ ନେଇଥିଲେ ୮ଜଣ । ହେଲେ ଭୁବନେଶ୍ବରରୁ ବାହାରିବା ପରେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି କାରଟିକୁ ବୌଦ୍ଧ ଯାଏଁ ନେଇଯାଇଥିଲେ ଦୁର୍ବୃତ୍ତ । କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ କେବଳ କାର ଠାବହେଲା ନାହିଁ, ବରଂ ଧରାପଡିଗଲେ ସମସ୍ତ ୮ଜଣ ଡକାୟତ ।

ଶନିବାର ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ବିବାହ ଉତ୍ସବରେ ଯୋଗଦେବାକୁ ବଲାଙ୍ଗୀର ଯାଇଥିବା ଇନୋଭା କାରର ଡ୍ରାଇଭର ଜିତେନ୍ଦ୍ର ନାୟକ ଗାଡି ମାଲିକକୁ ଏକ ମେସେଜ୍ କରିଥିଲେ । ଗାଡିର ମାଲିକ ରଞ୍ଜୀବ କୁମାର ଗୁରୁଙ୍କୁ ମେସେଜ କରି ସେ ବଡ଼ ବିପଦରେ ପଡ଼ି ଯାଇଥିବା ସୂଚନା ଦେଇଥିଲେ । ଏହି ମେସେଜ ଦେଖିବା ପରେ କାର ମାଲିକଙ୍କ ହୋସ ଉଡ଼ିଯାଇଥିଲା । ଜିତେନ୍ଦ୍ର କେଉଁ ଅସୁବିଧାରେ ପଡ଼ିଛନ୍ତି ବୋଲି ସେ କିଛି ବୁଝି ପାରି ନଥିଲେ । ଡ୍ରାଇଭର ଯେହେତୁ ଫୋନ ନକରିବାକୁ କହିଥିଲେ, ତେଣୁ କିଛ ବଡ଼ଧରଣ ଗଡ଼ବଡ଼ ଚାଲିଥିବା ସନ୍ଦେହ କରି ତୁରନ୍ତ ପୁଲିସକୁ ଖବର ଦେଇଥିଲେ ।

ଏହାପରେ ଆରମ୍ଭ ହୋଇଗଲା ତନାଘନା । ମେସେଜ ଅନୁସାରେ ପ୍ରଥମେ ଜିପିଏସକୁ ଫଲୋ କରିଥିଲା ପୁଲିସ। ସେତେବେଳକୁ ପାଟଣାଗଡ଼ ଅତିକ୍ରମ କରୁଥିଲା କାର । ସଙ୍ଗେସଙ୍ଗେ ବୌଦ୍ଧ ଏସପିଙ୍କୁ ଖବର ଦିଆଗଲା । ଗାଡ଼ିକୁ ଠାବ କରିବା ପାଇଁ ଆରମ୍ଭ ହୋଇଗଲା ଅପରେସନ୍ । ପୁଲିସ ବିଭାଗର ବଛା ବଛା ଅଧିକାରୀଙ୍କୁ ଫୋନରେ କନଫରେନସିଂରେ ରଖି ଏହି ଇନୋଭା ଗାଡ଼ିର ପିଛା କରିବା ଆରମ୍ଭ କରିଦେଲା ପିସିଆର । ଇନୋଭା ଆଗକୁ ଆଗକୁ ଗଡୁଥିଲା ଆଉ ତାର ପିଛା କରୁଥିଲା ପିସିଆର ଭ୍ୟାନ ।

Accused missing for past 25 years arrested - mumbai news - Hindustan Times
Hindustan Times

ଶେଷରେ ଗାଡ଼ିକୁ ଅଟକାଇବା ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରଣନୀତି । ଗାଡ଼ି ଚେକିଂ ବାହାନାରେ ବ୍ୟାରିକେଡିଂ କରିଦେଲେ ଚାରିଛକ ଆଇଆଇସି । ଗାଡ଼ି ଅଟକିବା ପରେ କୌଶଳକ୍ରମେ ପ୍ରଥମେ ଡ୍ରାଇଭରଙ୍କୁ ମୁକୁଳାଇ ନେଇଥିଲା ପୁଲିସ। ପରେ ଗାଡିରେ ଥିବା ସମସ୍ତ ଦୁର୍ବୃତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିଲା ।

ଡ୍ରାଇଭରଙ୍କ କହିବା ହେଲା ବିବାହ ଉତ୍ସବରେ ଯୋଗଦେବା ବାହାନାରେ କାରଟିକୁ ହାଇଜ୍ୟାକ କରିନେଉଥିଲେ ୮ଜଣ ଡକାୟତ । ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଗାଡ଼ି ବୌଦ୍ଧ ଆଡେ ନେଇଯାଇଥିଲେ । ହେଲେ ଚତୁରତାର ସହ ସେ ମୋବାଇଲରୁ ମେସେଜ କରି ଗାଡି ମାଲିକଙ୍କ ପାଖରେ ତାଙ୍କ ବାବଦରେ ସୂଚନା ପହଂଚାଇବାରେ ସମର୍ଥ ହୋଇଗଲେ । ଆଉ ପୁଲିସ କବଜାକୁ ଆସିଗଲେ ଡକାୟତ ଗ୍ୟାଙ୍ଗ । ଭୁବନେଶ୍ୱରରୁ ଗାଡି ଭଡା କରି ନେଇ ଏମାନେ କୌଣସି ଏକ ବଡ ଡକାୟତି ଯୋଜନା କରୁଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।

ସମ୍ବନ୍ଧିତ ଖବର