ନୂଆଦିଲ୍ଲୀ: ସୋମବାର ଶିକ୍ଷା ମନ୍ତ୍ରଣାଳୟ ତତ୍ତ୍ବାବଧାନରେ ଭାରତୀୟ ଐତିହାସିକ ଗବେଷଣା ପରିଷଦ ଦ୍ବାରା ଆୟୋଜିତ ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ପ୍ରଦର୍ଶନୀ ସଂସଦ ଭବନ ପାଠାଗାରରେ ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ପରିଦର୍ଶନ କରିଥିଲେ। ୧୭୫୭ରୁ ୧୯୪୭ ପର୍ଯ୍ୟନ୍ତ ପ୍ରାୟ ୨୦୦ ବର୍ଷର ଇତିହାସ ଏହି ପ୍ରଦର୍ଶନୀରେ ଅଛି ବୋଲି ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଯେଉଁ ବୀରମାନେ ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ଅଥଚ ସେମାନଙ୍କ ବିଷୟରେ କେହି ବିଶେଷ ଜାଣନ୍ତି ନାହିଁ, ଏପରି ଅନାଲୋଚିତ ବୀରମାନଙ୍କୁ ଲୋକଲୋଚନକୁ ଆଣିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ଏହି ବୀରମାନଙ୍କ କାହାଣୀ ଜାତୀୟ ସ୍ମୃତିପଟରେ ମୁଦ୍ରିତ ହେବା ଦରକାର ବୋଲି ସେ କହିଥିଲେ। ଉକ୍ତ ପ୍ରଦର୍ଶନୀକୁ ସାରା ଦେଶର ସାଂସଦମାନେ ଦେଖିବେ ଏବଂ ଯଦି ସେମାନଙ୍କ ଅଞ୍ଚଳରେ କେହି ଅଜ୍ଞାତ ବୀର ଏଥିରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥାନ୍ତି, ତେବେ ସେମାନେ ତାଙ୍କ ନାମ ଯୋଡ଼ିବାକୁ ପ୍ରସ୍ତାବ ଦେଇପାରିବେ। ମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ସଂସ୍କୃତି ମନ୍ତ୍ରଣାଳୟ ରାଜ୍ୟ ସରକାରଗୁଡ଼ିକର ସହଯୋଗରେ ଦେଶର ୧୦୦ଟି ସ୍ଥାନରେ ଏହି ପ୍ରଦର୍ଶନୀର ଆୟୋଜନ କରିବେ ଏବଂ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଏହା ପ୍ରଦର୍ଶିତ ହେବ। ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ସ୍ବାଧୀନତା ସଂଗ୍ରାମର ଅନାଲୋଚିତ ବୀରଙ୍କ କାହାଣୀ ଜାତୀୟ ସ୍ମୃତିପଟରେ ମୁଦ୍ରିତ ହେବା ଦରକାର: ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2022/04/fhsssssssssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)