ଦେବଗଡ଼: ସମ୍ବଲପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଏବଂ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅସନ୍ତୋଷ ପ୍ରକାଶ କରି ବୁଧବାର ଦେବଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଦିଆଯାଇଛି। ଫଳରେ ଆଜି ସମସ୍ତ ବିଚାର ବିଭାଗୀୟ ଅଦାଲତ ବନ୍ଦ ରହିଥିଲା। ଜିଲ୍ଲା ନ୍ୟାୟାଳୟ ସମ୍ମୁଖରେ ଦେବଗଡ଼ ଓକିଲ ସଂଘର ସଦସ୍ୟ ଏବଂ ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲାର ଅନେକ ସଂଗଠନର କର୍ମକର୍ତ୍ତା ପିକେଟିଂ କରିଥିଲେ। ଫଳରେ ବିଚାରପତିମାନେ କାର୍ଯ୍ୟାଳୟ ଭିତରକୁ ଯାଇ ପାରି ନଥିଲେ। ପରେ ସମସ୍ତ ଓକିଲ ଓ ଜନସାଧାରଣ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରିଥିଲେ। ସଭା ପରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଜିଲ୍ଲା ଓକିଲ ସଂଘ ସଭାପତି ସଚ୍ଚିକାନ୍ତ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ନିରଞ୍ଜନ ଦ୍ବିବେଦୀ, ଲକ୍ଷ୍ମଣ ପ୍ରଧାନ, ସୁନୀଲ କପରଦାର, ସୁଧିର କପରଦାର, ପ୍ରଫୁଲ୍ଲ ମହାପାତ୍ର, ପୌର ପରିଷଦର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଉପନଗରପାଳ ପ୍ରଜିତ ଭୋଜ, ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ, ଜିଲ୍ଲା ଆଦିବାସୀ ସଂଘ ସଭାପତି ସେମ ହେମରମ, ବେସରକାରୀ ବସ୍ ମାଲିକ ସଂଘ ସଭାପତି ସୁଜିତ ପ୍ରଧାନ, ସତ୍ୟ ନାରାୟଣ ପାଣି, ସାମ୍ବାଦିକ ଅଶୋକ ନନ୍ଦ, କାଉନସିଲର ଧର୍ମେନ୍ଦ୍ର ଦେବତା, କାର୍ତ୍ତିକ ମହାକୁଳ, ବିଜେଡି ନେତା ଅମରେନ୍ଦ୍ର ଗଙ୍ଗଦେବ, ବିଜେପି ଯୁବ ନେତା ସୁଧୀର ବ୍ରହ୍ମା, ସ୍ବେଚ୍ଛାସେବୀ ଉଇଲିୟମ ହେନେଚ, କଂଗ୍ରେସ ନେତା ସୁବାସ ଭୋଇ, ପ୍ରକାଶ ଦେବତାଙ୍କ ସମେତ ବହୁ ସାଧାରଣ ଜନତା ଏବଂ ଓକିଲ ଯୋଗ ଦେଇଥିଲେ। ଆନ୍ଦୋଳନ ପରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମକୋର୍ଟ କୌଣସି ଜଣେ ଓକିଲଙ୍କ ମଧ୍ୟ ଲାଇସନ୍ସ ରଦ୍ଦ କଲେ ସମସ୍ତ ଓକିଲ ସେମାନଙ୍କ ଲାଇସନ୍ସ ଫେରାଇଦେବେ ବୋଲି ଚେତାବନୀ ଦେଇଥିଲେ। ଏଥିରେ ଓକିଲ ସଂଘର ସମ୍ପାଦକ ତରଣୀକାନ୍ତ ଦାଶ, ଉପସଭାପତି ସୁଶାନ୍ତ ବିଶ୍ୱାଳ, ସହ-ସମ୍ପାଦକ କ୍ଷେତ୍ରବାସୀ ମେହେର, ବରିଷ୍ଠ ଓକିଲ ଦିଲୀପ ଗୁରୁ, ମନୋଜ ପାଢୀଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/20-19.jpg)