ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ରେଙ୍ଗାଲି ଗାଁର ପୋଖରୀରେ ବୁଡ଼ି ଛାତ୍ର ରିତିକ ରୋଶନ ନାଗ (୧୭ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ବଂଶାଜାଲ ଗାଁର ରିତିକ ରେଙ୍ଗାଲି ଗ୍ରାମରେ ତାଙ୍କ ମାମୁ ବଲ୍ଲଭ ଖୁଟୁଲିଙ୍କ ଘରେ ରହି ବଡ଼ମାଳ ଜୟ ଜଗନ୍ନାଥ କଲେଜରେ ପାଠ ପଢୁଥିଲେ। ସେ ଯୁକ୍ତଦୁଇ ପ୍ରଥମ ବର୍ଷର କଳା ଛାତ୍ର ଥିଲେ। ସେ ଶନିବାର ସନ୍ଧ୍ୟାରେ ରେଙ୍ଗାଲି ଗାଁର ପୋଖରୀକୁ ଶୌଚ ପାଇଁ ଯାଇଥିଲେ। କୌଣସି ମତେ ପୋଖରୀରେ ଖସି ପଡ଼ିଥିଲେ। ମାମୁ ଘର ଲୋକେ ଜାଣିପାରି ପୋଖରୀରୁ ରିତିକଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment

ସେଠାରେ ରିତିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଶବକୁ ଜବତ କରିଥିଲା। ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପ୍ରକାଶ ଥାଉକି ରିତିକ ଜଣେ ମେଧାବୀ ଛାତ୍ର ଥିବା ଜଣାଯାଇଛି। ସେ ପରିବାରର ଏକମାତ୍ର ପୁତ୍ରର ମୃତ୍ୟୁରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଏହି ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।