ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୁଲିସର ତଦନ୍ତ ଆରମ୍ଭ

ଭଦ୍ରକ: ଭଦ୍ରକ କଲେଜ ରୋଡ ନିକଟରେ ଥିବା ଏକ ଘରୋଇ ମେସରୁ ଜଣେ ଛାତ୍ରୀର ଝୁଲନ୍ତା ମୃତଦେହକୁ ଭଦ୍ରକ ଟାଉନ ଥାନା ପୁଲିସ ଜବତ କରିଛି। ଯୁବତୀ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଆଗରପଡ଼ା ଥାନା ଅନ୍ତର୍ଗତ ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ନାମକ ଜଣେ ଯୁବତୀ ନିକଟସ୍ଥ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ ଛାତ୍ରୀ ଥିଲେ। ସେଠାରେ ସେ ପାଠ ପଢୁଥିବା ବେଳେ ନିଜ ଭଉଣୀ ରହୁଥିବା ଭଦ୍ରକ କଲେଜ ରୋଡ ସ୍ଥିତ ଏକ ଘରୋଇ ମେସକୁ ଆସି ରହୁଥିଲେ। ଗତକାଲି ସେ ଭଦ୍ରକର ଏଇ ମେସକୁ ଆସିଥିଲା। କୌଣସି କାରଣରୁ ବିଳମ୍ବିତ ରାତିରେ ମେସ ରୁମରେ ଏକୁଟିଆ ଥିବା ବେଳେ, ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଥାଇପରେ ବୋଲି ସନ୍ଦେହ କରାଯାଉଛି।

ଆଜି ସକାଳୁ ରୁମର କବାଟ ଖୋଲିବାରେ ବିଳମ୍ବ ହେବାରୁ ମେସରେ ରହୁଥିବା ଅନ୍ୟ ଅନ୍ତେବାସୀମାନେ କବାଟ ବାଡେଇଥିଲେ ମଧ୍ୟ କହି ଶୁଣି ନଥିଲେ। ସ୍କାଏଲାଇଟ୍ ବାଟରେ ଦେଖିବା ବେଳେ ପୁଷ୍ପାଞ୍ଜଳିଙ୍କର ଝୁଲନ୍ତା ମୃତଦେହ ଫ୍ୟାନରେ ଝୁଲୁଥିଲା। ଏହା ଦେଖିବା ପରେ ମେସ ମାଲିକ ଭଦ୍ରକ ଟାଉନ୍ ପୁଲିସକୁ ଫୋନ୍ କରିଥିଲେ। ଖବର ପାଇବା ପରେ ଟାଉନ୍ ଥାନା ଆଇଆଇସି ଉମାକାନ୍ତ ନାୟକ ଘଟଣାସ୍ଥଳରେ  ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଛାତ୍ରୀର ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇବା ସହ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ପ୍ରେମ ପାଇଁ ଏଭଳି ଘଟଣା ଘଟି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁର ଅନ୍ୟ ଦିଗ ଉପରେ ମଧ୍ୟ ପୁଲିସ ତଦନ୍ତ କରୁଛି ବୋଲି ଆଇ ଆଇ ସି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର