ପାଠପଢ଼ା ହେଲାନି, ପରୀକ୍ଷା ଦେଲେନି ଛାତ୍ରଛାତ୍ରୀ

ଗାଇସିଲାଟ୍‌: ହାତରୁ ଚାଲିଗଲା ଗୋଟିଏ ବର୍ଷର ପରିଶ୍ରମ। ୬୯ରୁ ଊର୍ଦ୍ଧ୍ବ ଅର୍ଥନୀତି ଛାତ୍ରଛାତ୍ରୀଙ୍କ କ୍ୟାରିୟର ଅନ୍ଧାର ଘେରରେ। ପାଠପଢା ହୋଇନଥିବା ଅଭିଯୋଗରେ ଆଜି ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀ କଲେଜ୍‌ ସମ୍ମୁଖରେ ଧାରଣା ଦେବା ଦେଖିବାକୁ ମିଳିଛି। ଗାଇସିଲାଟ ଥାନା ଅନ୍ତର୍ଗତ ତାଲପାଲି ଜୁନିୟର କଲେଜ୍‌ ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀ ଭଲ ପାଠପଢ଼ା ହୋଇନଥିବା ଅଭିଯୋଗ ଆଣିଛନ୍ତି। କଲେଜ ଅଧ୍ୟକ୍ଷ ତଥା ପରୀକ୍ଷା ନିରୀକ୍ଷକ ଦାୟିତ୍ଵରେ ଥିବା କ୍ଷୀରୋଦ୍ର ପଧାନ ପିଲାଙ୍କୁ ସେହି ବିଷୟରେ ପଢ଼ାଉଥିଲେ।

ଠିକ୍‌ରେ ପାଠପଢ଼ା ହୋଇନି ବୋଲି ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। କିନ୍ତୁ ଅଧ୍ୟକ୍ଷ ପରୀକ୍ଷା ଦେଲେ ଦିଅ ନ ହେଲେ ନାହିଁ ବୋଲି ତାଗିଦ କରିଥିଲେ। ଫଳରେ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ। ଏନେଇ ଅଧ୍ୟକ୍ଷ ଶ୍ରୀ ପଧାନ ମତାମତ ରଖିଛନ୍ତି ଯେ, ପିଲାଙ୍କୁ ଠିକ୍‌ ହିସାବରେ ପାଠପଢ଼ା ଯାଉଥିଲା ଏବଂ ସେମାନେ କପି କରିବାକୁ ଅଡ଼ି ବସିଥିଲେ। କପି କରିବାକୁ ବାରଣ କରିବାରୁ ସେମାନେ ଅନ୍ୟଥା ଅଭିଯୋଗ ଆଣୁଛନ୍ତି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର