ସମ୍ବଲପୁର/ବୁର୍ଲା: ଅଇଁଠାପାଲି ଥାନା ବରେଇପାଲି ନିକଟରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଥିଲା। ରାସ୍ତାରେ ଚାଲିଚାଲି ଯାଉଥିବା ଅଇଁଠାପାଲିର ରଞ୍ଜିତ ସିଂହ(୪୮)ଙ୍କୁ ଏକ ଟ୍ରକ୍ ଧକ୍କା ଦେଇ ଚାଲି ଯାଇଥିଲା। ତେବେ, ଠିକ୍ ଏହି ସମୟରେ ଦେବଦୂତ ଭଳି ପହଞ୍ଚି ଥିଲେ ସମ୍ବଲପୁର ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ।
ଆମ୍ବୁଲାନ୍ସକୁ କଲ୍ କରିବା ବଦଳରେ ସେ ମାନବିକତା ଦୃଷ୍ଟିକୋଣରୁ ନିଜେ ଡାକ୍ତରଖାନାକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ବିଳମ୍ବ ହେଲେ ରଞ୍ଜିତଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ଥିବାରୁ କାହାକୁ ଅପେକ୍ଷା ନକରି ତୁରନ୍ତ ନିଜ ଗାଡ଼ିରେ ତାଙ୍କୁ ବୁର୍ଲା ଭିମ୍ସାର୍କୁ ନେଇଯାଇଥିଲେ। ସୂଚନାନୁସାରେ, ହୀରାକୁଦରେ ଏକ ସରକାରୀ କାର୍ଯ୍ୟକ୍ରମ ଶେଷହେବା ପରେ ଶନିବାର ସନ୍ଧ୍ୟା ୬ଟା ୩୦ ପାଖାପାଖି ଉପଜିଲ୍ଲାପାଳ ଫେରୁଥିଲେ। ଏହି ସମୟରେ ରାସ୍ତା କଡ଼ରେ ଗୁରୁତର ଅବସ୍ଥାରେ ରଞ୍ଜିତ ପଡ଼ିଥିବା ଦେଖି ତୁରନ୍ତ ତାଙ୍କୁ ନେଇ ଭିମ୍ସାର୍ରେ ଭର୍ତ୍ତି କରିଥିଲେ। ସେଠାରେ ବର୍ତ୍ତମାନ ରଞ୍ଜିତ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଅନ୍ୟପଟେ ଏହା ମୋର କର୍ତ୍ତବ୍ୟ ଥିଲା ବୋଲି କହିଛନ୍ତି ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍(ସିଜି ୦୪ ଏଲ୍ଏସ୍ ୯୫୦୧)କୁ ଅଇଁଠାପାଲି ପୁଲିସ ଜବତ କରିଥିବା ବେଳେ ଚାଳକଙ୍କୁ ଅଟକ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/19-13.jpg)