ସୁମିତ-ତପସ୍ବିନୀ ମାମଲାର ମଧ୍ୟସ୍ଥତା ପ୍ରକ୍ରିୟା ଶେଷ: ହାଇକୋର୍ଟରେ ଦାଖଲ ହେବ ରିପୋର୍ଟ, ୧୩ରେ ଶୁଣାଣି

କଟକ: ସୁମିତ-ତପସ୍ବିନୀ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ମଧ୍ୟସ୍ଥତା ପ୍ରକ୍ରିୟା ଆଜି ଶେଷ ହୋଇଛି। ଏ ନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ ହେବ। ଆଜି ପୂର୍ବ ନିର୍ଦ୍ଦେଶ ଅନୁସାରେ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ବିନୀ ଦାଶ ହାଜର ହୋଇଥିଲେ। ଉଭୟ ଦିନ ୪ଟା ପୂର୍ବରୁ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ଦିନ ପ୍ରାୟ ୪ଟା ସମୟରେ ମଧ୍ୟସ୍ଥଙ୍କ ଉପସ୍ଥିତିରେ ପୂର୍ବରୁ ଅସଂପୂର୍ଣ୍ଣ ଥିବା ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଉଭୟଙ୍କ ସହିତ ମଧ୍ୟସ୍ଥ ପ୍ରଥମେ ଅଲଗା ଅଲଗା ଓ ପରେ ଏକାଠି ଆଲୋଚନା କରିଥିଲେ। ସୁମିତ-ତପସ୍ବିନୀଙ୍କ ମଧ୍ୟରେ କେଉଁ ପ୍ରସଙ୍ଗକୁ ନେଇ ବିବାଦ ରହିଛି ଏବଂ କ’ଣ ସେମାନେ ଚାହୁଁଛନ୍ତି, ସେ ନେଇ ମତାମତ ଲୋଡ଼ାଯାଇଥିଲା। ପ୍ରାୟ ଅଢେଇ ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିଥିଲା। ଉଭୟ ମଧ୍ୟସ୍ଥତା ପ୍ରକ୍ରିୟାରେ ସହଯୋଗ କରି ମଧ୍ୟସ୍ଥଙ୍କ ନିକଟରେ ନିଜ ନିଜର ମତ ରଖିଥିଲେ। ସୁମିତଙ୍କ ତରଫରୁ ଆଇନଜୀବୀ‌ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର