ମା’କୁ କଚାଡ଼ି ମାରିଲା ପୁଅ

କୁଳିଅଣା: ଘରୋଇ କଳହକୁ କେନ୍ଦ୍ର କରି ମା’କୁ କଚାଡ଼ି ମାରିଦେଲା ପୁଅ। ଏମିତି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଲିଡିହା ପଞ୍ଚାୟତ ଜୋଡ଼ାପାଳ ଗ୍ରାମରେ। ମୃତକ ହେଲେ ଏହି ଗ୍ରାମର ସ୍ବର୍ଗତ ବିଶେଶ୍ବର ନାଏକଙ୍କ ପତ୍ନୀ ଚନ୍ଦ୍ରିକା(୬୦)। ସୂଚନା ଅନୁଯାୟୀ ଗତ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ କୌଣସି କାରଣକୁ ନେଇ ମା’ ଚନ୍ଦ୍ରିକାଙ୍କ ସହ ପୁଅ ପରେଶ(୪୦)ଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମା’କୁ ଟେକିନେଇ ଘର ଆଗ‌ରେ କଚାଡ଼ି ଦେଇଥିଲେ ପରେଶ।

ଫଳରେ ଚନ୍ଦ୍ରିକା ସଜ୍ଞାହୀନ ହୋଇଯାଇଥିଲେ। ବୋହୂ କଳ୍ପନା ଓ ପାଖପଡ଼ୋଶୀ ତାଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଏ ନେଇ କୁଳିଅଣା ଥାନାରେ କେସ୍‌ ନଂ ୫୮/୨୨ରେ ଏକ ମାମଲା ରୁଜୁ ହୋଇଛି। ଆଇଆଇସି କୃଷ୍ଣଚନ୍ଦ୍ର ଜାନି ଅଭିଯୁକ୍ତ ପରେଶକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର