ମେ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସୂର୍ଯ୍ୟମନ୍ଦିର

କୋଣାର୍କ : ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟକଙ୍କ ପରିଦର୍ଶନ ଉପରେ ‌ରୋକ ଲଗାଯାଇଥିଲା । ମହାମାରୀ କରୋନା ଆରମ୍ଭ ପରେ ପ୍ରାୟ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ମାତ୍ର କରୋନାର ପ୍ରକୋପ କମିବା ପରିବର୍ତ୍ତେ ଦିନକୁଦିନ ଅଣାୟତ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିରକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି ।

ଏସଂକ୍ରାନ୍ତରେ କୋଣାର୍କ ଏଏସଆଇ କାର୍ଯ୍ୟାଳୟର ଅଧିକାରୀ ନିରଜ ସିଂଙ୍କୁ ପଚାରିବାରେ ବିଭାଗୀୟ ଭାବେ ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଏନେଇ ଲିଖିତ ନିର୍ଦ୍ଦେଶନାମା ଆସିବା ପରେ କୋଣାର୍କରେ ଏହାକୁ କାର୍ଯ୍ୟକାରୀ କରାଯାଇଛି ।ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ‌ସୂର୍ଯ୍ୟମନ୍ଦିର ପର୍ଯ୍ୟଟକଙ୍କ ପରିଦର୍ଶନ ପାଇଁ ବନ୍ଦ ରହିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର