ବାଲିଆପାଳ: ବାଲିଆପାଳ-କାଳୀପଦା ରାସ୍ତାର ମଧୁପୁରାଠାରେ ଭାରସାମ୍ୟ ହରାଇ ଏକ ପେଟ୍ରୋଲ୍ ବୋଝେଇ ଟ୍ୟାଙ୍କର ନୟନଯୋରୀକୁ ଓଲଟି ପଡ଼ିଛି। ଟ୍ୟାଙ୍କରେ ପେଟ୍ରୋଲ୍ ଭର୍ତ୍ତି ଥିବା ବେଳେ ବିପଦ ଆଶଙ୍କା ଥିବାରୁ ଘଟଣାସ୍ଥଳରେ ବାଲିଆପାଳ ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ନଜର ରଖିଛନ୍ତି। ସୂଚନା ମୁତାବକ ମଧୁପୁରା ସ୍ୱର୍ଣ୍ଣ ପେଟ୍ରୋଲ୍ ପମ୍ପ୍କୁ ପେଟ୍ରୋଲ୍ ବୋଝେଇ କରି ଓଡି-୦୧-ଏ-୮୪୦୯ ଟ୍ୟାଙ୍କର ଆସିଥିଲା। ତେବେ ଚାଳକ ଜଣକ ଭୁଲବଶତଃ ଉକ୍ତ ପୋଟ୍ରୋଲ୍ ପମ୍ପ୍କୁ ଅତିକ୍ରମ କରି ଚାଲିଯାଇଥିଲେ।
ପରେ ମଧୁପୁରାଠାରେ ରାସ୍ତାରେ ଗାଡ଼ିଟିକୁ ବୁଲାଇବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ନୟନଯୋରୀରେ ଓଲଟି ପଡ଼ିଥିଲା। ପାଣିରେ ଗାଡ଼ିର ଅର୍ଦ୍ଧେକ ଅଂଶ ବୁଡ଼ି ରହିଥିବା ସେଠାରୁ ବେଳେ ପେଟ୍ରୋଲ୍ ଗନ୍ଧ ବାହାରୁଛି। ସ୍ଥାନୀୟ ଲୋକେ ଚାଳକଙ୍କୁ ସେଠାରୁ ଉଦ୍ଧାର କରିଥିବା ବେଳେ ଖବର ପାଇ ବାଲିଆପାଳ ଦମକଳ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କରଟିକୁ ଜଗି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/19-17.jpg)