ଦୀର୍ଘ ସମୟ ଧରି ଅଟକି ରହିଛି ତପସ୍ଵିନୀ ଏକ୍ସପ୍ରେସ୍, ଯାତ୍ରୀ ହନ୍ତସନ୍ତ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଓ ଶିକର ରେଳଷ୍ଟେସନ ମଝିରେ ଦୀର୍ଘ ସମୟ ଧରି ତପସ୍ଵିନୀ ଏକ୍ସପ୍ରେସ୍ ଅଟକି ରହିଥିବାର ଖବର ମିଳିଛି। ହାଇ ପାୱାର ଲାଇନ୍ ଛିଣ୍ଡି ଯାଇଥିବା ଯୋଗୁ ଟ୍ରେନ୍ ଟି ଅଟକିଥିବା କୁହାଯାଉଛି। ଜଙ୍ଗଲ ମଝିରେ ତପସ୍ଵିନୀ ଏକ୍ସପ୍ରେସ୍ ଅଟକିଥିବା ହେତୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଟିଟିଲାଗଡ଼ ଓ ଶିକର ରେଳଷ୍ଟେସନ ମଝିରେ ଦୀର୍ଘ ସମୟ ହେଲା ସମ୍ବଲପୁର୍-ରାୟଗଡ଼ା ତପସ୍ୱିନୀ ଏକ୍ସପ୍ରେସ୍ ଅଟକି ରହିଛି। ଏକ୍ ଘରୋଇ କମ୍ପାନି ରେଳ ଟ୍ରାକ୍ ନିକଟରେ ପଥର ବ୍ଳାଷ୍ଟିଙ୍ଗ କରୁଥିବା ସମୟରେ ହାଇ ପାୱାର ଲାଇନ୍ ଛିଣ୍ଡି ଯାଇଥିଲା। ଏହାଫଳରେ ଟ୍ରେନଟି ଦୀର୍ଘ ସମୟ ଧରି ଜଙ୍ଗଲ ମଧ୍ୟରେ ଅଟକି ରହିଥିଲା ଫଳରେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ପରେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲାଇନ୍ ତାରକୁ ସଜାଡ଼ିବାକୁ ଉଦ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର