ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କଳାପଥର ପଞ୍ଚାୟତ ଜମ୍ଭାଲିପାଲି ପାଲି ଗ୍ରାମର ଶିକ୍ଷକ ଅଶେଷ କୁମାର ଶତପଥୀ କିଟ ନାସକ ଔଷଧ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଶିକ୍ଷକ ହେଲେ ଅଶେଷ ଶତପଥୀ। ରବିବାର ପୂର୍ବାହ୍ନ ୯ଟାରୁ ଘରୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ନପାଇବାରୁ ଶେଷରେ ବୀରମହାରାଜପୁର ଥାନାରେ ଏକ ନିଖୋଜ ମାମଲା ରୁଜ୍ଜୁ କରିଥିଲେ ।
ସୋମବାର ସନ୍ଧ୍ୟା ଗ୍ରାମ୍ୟ ଜଙ୍ଗଲ ପାଖରେ ଥିବା ଦୁବୁଲି ଆଟ ପାଖରେ ଅଶେଷଙ୍କ ମୃତ ଦେହ ପଡ଼ି ଥିବା ଦେଖିବାକୁ ପାଇଥିଲେ । ଗାଁ ଲୋକ ଓ ପରିବାର ଲୋକ ତାଙ୍କୁ ବୀରମହାରାଜପୁର ଡାକ୍ତର ଖାନାକୁ ଆଣିଥିଲେ । ସେଠାରେ ଡ଼।କ୍ତର ଅଶେଷଙ୍କୁ ମୃତ ଘୋଷଣା କରିଥିଲେ । ସ୍ବର୍ଗତ ଅଶେଷ ନିଜ ଗାଁ ଜମ୍ଭାଲିପାଲିରେ ଶିକ୍ଷକତା କରୁଥିଲେ । ଜଣେ ମେଳାପି ଶିକ୍ଷକ ଭାବରେ ବେସ୍ ଜଣାଶୁଣା ଥିଲେ । ତାଙ୍କ ପତ୍ନୀ ଓ ଜଣେ ୧୫ବର୍ଷର ଶିଶୁ ପୁତ୍ର ଅଛନ୍ତି। ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ସୋମବାର ରାତି ୮ଟାରେ ବୀରମହାରାଜପୁର ଡାକ୍ତରଖାନାରେ ମୃତକଙ୍କ ଶବ ପହଞ୍ଚି ଥିବାରୁ ମଙ୍ଗଳବାର ବ୍ୟବଚ୍ଛେଦ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/4.jpg)