ଚମ୍ପୁଆ: ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ଥିବା ଚମ୍ପୁଆ ନିକଟ ରାମତୀର୍ଥ ଶିବମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତିରେ କେହି ଦୃର୍ବୃତ୍ତ ମନ୍ଦିର ପରିସରରେ ପୂଜକ ଶୋଇଥିବା ଘରର ବାହାର ପଟୁ ଶିକୁଳି ପକାଇ ହୁଣ୍ଡି ଭାଙ୍ଗି ଦାନ ଅର୍ଥକୁ ଚୋରି କରି ନେଇଥିବା ଜଣାପଡ଼ିଛି।
ଏନେଇ ଆଜି ସକାଳେ ଜଣାପଡ଼ିବା ପରେ ଝାଡ଼ଖଣ୍ଡ ଜଗନ୍ନାଥପୁର ଥାନାରେ ଅଭିଯୋଗ ହୋଇଛି।