ନବଯୌବନ ଦର୍ଶନ: ତିନି ଥାକିଆ ସୁରକ୍ଷା ବଳୟରେ ରହିବ ଶ୍ରୀମନ୍ଦିର

ନବଯୌବନ ଦର୍ଶନ: ତିନି ଥାକିଆ ସୁରକ୍ଷା ବଳୟରେ ରହିବ ଶ୍ରୀମନ୍ଦିର

ପୁରୀ : ଆସନ୍ତା ୧୯ ତାରିଖ ଦିନ ମହାପ୍ରଭୁ ନବଯୌବନରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ଶ୍ରୀମନ୍ଦିରକୁ ତିନିଥାକିଆ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ ବୋଲି ପୁରୀ ଏସ୍‌ପି ଡା. କେ ବିଶାଳ ସିଂହ କହିଛନ୍ତି। ସେହିପରି ପୁରୀକୁ ଆସୁଥିବା ବହିରାଗତ ଶ୍ରଦ୍ଧାଳୁମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ୭୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବେ। ଏହା ସହ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ଆଜି ଏସ୍‌ପି ଡା. ସିଂହ ‌ସୂଚନା ଦେଇଛନ୍ତି।

ଏସ୍‌ପି ଡା. ସିଂହ କହିଛନ୍ତି ଯେ ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ରହିବାର ସମ୍ଭାବନା ଥିବାରୁ ସେଠାରେ ପୁଲିସ ଫୋର୍ସମାନେ ପୁଲିସ ଅଫିସରମାନଙ୍କ ନିୟନ୍ତ୍ରଣରେ ଭିଡ଼ ପରିଚାଳନା କରିବେ। ସେହିପରି ଶ୍ରୀମନ୍ଦିର ବାହାରେ ସମ୍ଭାବ୍ୟ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ଅଭିଜ୍ଞ ପୁଲିସ ଅଫିସରମାନଙ୍କ ନିୟନ୍ତ୍ରଣରେ ପୁଲିସ ଫୋର୍ସ ମୁତୟନ ରହି ଶୃଙ୍ଖଳିତ ଡ୍ୟୁଟି କରି‌ବେ। ଶ୍ରୀମନ୍ଦିର ଚାରିକଡ଼ରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ପ୍ରଥମ ବ୍ୟାରିକେଡ୍‌, ଦ୍ବିତୀୟରେ ଅଫିସରମାନଙ୍କ ଦ୍ବାରା ରଶି ଲଗାଇ ବ୍ୟାରିକେଡ୍‌ ଓ ତୃତୀୟରେ ଷ୍ଟିଲ୍‌ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଏହା ସହ ସୋସିଆଲ ମିଡିଆ, ଗଣମାଧ୍ୟମଙ୍କ ମାଧ୍ୟମରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୂଚନା ଦିଆଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe