ଜାନୁଆରି ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା

କଟକ: ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା। ଜାନୁଆରି ପହିଲାକୁ ଘୁଞ୍ଚାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ଡିସେମ୍ବର ୨୭ରେ ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ଜାନୁଆରି ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଜାନୁଆରୀ ୫ ରୁ ୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ଜଣାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଉପସଭାପତି ନିହାରରଞ୍ଜନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ପରୀକ୍ଷା ପାଇଁ ଡାଟାବେସ୍ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଫର୍ମ ଫିଲ-ଅପ ମଧ୍ୟ ସରିଛି। ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସମେଟିଭ ୧ ପରୀକ୍ଷା ଦେବେ ବୋଲି ଜଣାଯାଇଛି।

ଏଣେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ସମୟସୀମା ବୃଦ୍ଧି କରାଯାଇଛି। ଯେଉଁ ଛାତ୍ରମାନେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଡମିସନ ନେଇପାରିବେ ନାହିଁ, ସେମାନେ ଡିସେମ୍ବର ୩ ରୁ ୭ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କାର୍ଯ୍ୟାଳୟରେ ଅଫଲାଇନ୍ ପଞ୍ଜୀକରଣ କରିପାରିବେ।

ସମ୍ବନ୍ଧିତ ଖବର