ଡ୍ରେସ୍ ଦୋକାନରେ ୫ ଘଣ୍ଟା ପଶି ଚୋରି କଲା ଚୋର

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ଷ୍ଟେସନ ଛକ ନିକଟରେ ଥିବା ଏକ ଡ୍ରେସ ଦୋକାନ ଭିତରେ ପଶି ଜଣେ ଚୋର ରାତିରେ ୫ ଘଣ୍ଟା କାଳ ରହିବା ସହ ଟଙ୍କା ଓ କପଡ଼ା ଚୋରି କରି ନେଇଥିବା ଦୋକାନରେ ଲାଗିତିବା ସିସି ଟିଭି ଫୁଟେଜରୁ ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ମୁଖ୍ୟ ରାସ୍ତାରେ ଥିବା କ୍ବାଲିଟି ଫେସନ ଦୋକାନର ମାଲିକ ଆଶିଷ ଅଗ୍ରୱାଲ ଗତ ୪ ତାରିଖ ରାତି ସା‌ଢ଼େ ୯ଟା ବେଳେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ।

ତେବେ ସେ ଯିବା ପରେ ଜଣେ ଚୋର ରାତି ସାଢ଼େ ୧୧ଟା ବେଳେ ଦୋକାନ ପଛପଟ ସର୍ଟର ତାଡ଼ି ଭିତରକୁ ପଶିବା ପରେ ମାଲିକଙ୍କ ଚେୟାର୍‌ରେ ବସି ଟଙ୍କା ଚୋରି କରିଥିଲା। ଏଥି ସହ ଡ୍ରେସ ଓ କପଡ଼ା ନେଇ ଭୋର୍‌ ସାଢ଼େ ୪ ଟା ବେଳେ ଚାଲି ଯାଇଥିବା ସିସି ଟିଭି ଫୁଟେଜରୁ ଜଣାପଡ଼ିଛି। ଚୋର କାଉଣ୍ଟରରେ ଥିବା ୩୫ ହଜାର ଟଙ୍କା ଓ ଅନୁମାନିକ ୮୦/୮୫ ହଜାର ଟଙ୍କାର ସାମଗ୍ରୀ ଚୋର କରି ନେଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର