ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷ ସ୍ତରକୁ ଛୁଇଁଛି। ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଆଜି ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୯.୧୨ ଫୁଟ୍ ରହିଛି। ରୁଲ୍ କର୍ଭ ଅନୁସାରେ ସେପ୍ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଏହାର ଶୀର୍ଷ ସ୍ତରରେ ରଖାଯାଇଥାଏ। ଚଳିତ ବର୍ଷ ଏହା ଆଗରୁ ଏହି ସ୍ତରରେ ପହଂଚି ଯାଇଥାନ୍ତା। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ କିଛିଦିନ ତଳେ ୨୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ଆଜି ମାତ୍ର ୨ଟି ଗେଟ୍ ଖୋଲା ରହିଛି। ହୀରାକୁଦ ଜଳଭଣ୍ଡାରକୁ ୧,୫୬,୭୧୬ କ୍ୟୁସେକ୍ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୭୧,୧୫୦ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ସେଥିରୁ ସ୍ଲୁଇସ୍ ଗେଟ୍ ଦେଇ ୩୨,୭୩୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୪,୯୯୩ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି।
ଶୀର୍ଷ ସ୍ତର ଛୁଇଁଲା ହୀରାକୁଦ
/sambad/media/post_attachments/wp-content/uploads/2022/08/hirakud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)