ଭୁବନେଶ୍ୱର: କରୋନା ଭାଇରସ୍ ନେଇ ରାଜ୍ୟବାସୀଙ୍କ ପାଇଁ ଆଜି ପୁଣି ଏକ ବଡ଼ ଖୁସି ଖବର ଆସିଛି । ରାଜ୍ୟର ୧୫ଟି ଜିଲ୍ଲାରୁ ୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୧୨୬ରେ ପହଞ୍ଚିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୭ ଜଣ, ଗଂଜାମ ଜିଲ୍ଲାରୁ ୧୬ ଜଣ, ନୟାଗଡ଼ ଜିଲ୍ଲାରୁ ୧୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ ଓ ଯାଜପୁର ଜିଲ୍ଲାରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାରୁ ୩ ଜଣ ଲେଖାଏଁ, ଅନୁଗୁଳ ଓ ଜଗତ୍ସିଂହପୁର ଜିଲ୍ଲାରୁ ୨-୨ ଜଣ, କଟକ, ଢେଙ୍କାନାଳ, ମାଲକାନଗିରି, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
2 each from Angul & Jagatsinghpur
1 each from Cuttack, Dhenkanal, Malkangiri, Puri, Sambalpur and Sundargarh.The total recovered cases of #Odisha now stand at 1126. (2/2)
— H & FW Dept Odisha (@HFWOdisha) May 31, 2020
ସୂଚନାଯୋଗ୍ୟ, ରାଜ୍ୟରେ ଏଯାଏଁ ମୋଟ ୧୯୪୮ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରୁ ୫୭.୮୦ ପ୍ରତିଶତ ଅର୍ଥାତ ୧୧୨୬ ଜଣ ଭଲ ହୋଇଛନ୍ତି । ଏଥି ସହିତ ଆଜି ଷଷ୍ଠ ଦିନରେ କରୋନା ଭାଇରସରୁ ଆକ୍ରାନ୍ତଙ୍କ ସୁସ୍ଥ ହୋଇଥିବା ପ୍ରତିଶତ ବୃଦ୍ଧି ହୋଇଛି ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସୁବ୍ୟବସ୍ଥା ସହ ପ୍ରଶାସନିକ ସହଯୋଗ ଯୋଗୁଁ ଏଭଳି ହୋଇପାରିଛି । ସେହିଭଳି ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀମାନେ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ରଖିଥିବା ଦୃଷ୍ଟିଗୋଚର ହେଉଛି ।