ରାଜ୍ୟରେ ସୁସ୍ଥ ହେଲେ ୬୮୧ ଜଣ, ସୁସ୍ଥଙ୍କ ସଂଖ୍ୟା ୨୧ ହଜାର ୯୫୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୨୧ ହଜାର ୯୫୪ରେ ପହଞ୍ଚିଛ।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତି ଜିଲ୍ଲାରୁ ୮୮ ଜଣ, କୋରାପୁଟ ଜିଲ୍ଲାରୁ ୬୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୧ ଜଣ, ରାୟଗଡ଼ା ଜିଲ୍ଲାରୁ ୫୭ ଜଣ, ଗଂଜାମ ଜିଲ୍ଲାରୁ ୪୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୨ ଜଣ, ନୟାଗଡ଼ ଜିଲ୍ଲାରୁ ୩୦ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୫ ଜଣ ଓ କନ୍ଧମାଳ ଜିଲ୍ଲାରୁ ୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ୧୮ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୧୬ ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ ଜଣ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରୁ ୧୪-୧୪ ଜଣ, ଦେବଗଡ଼ ଜିଲ୍ଲାରୁ ୧୩ ଜଣ, ମୟୂରଭଂଜ ଓ ପୁରୀ ଜିଲ୍ଲାରୁ ୧୦ ଜଣ ଲେଖାଏଁ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୭-୭ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, ଅନୁଗୁଳ, ବାଲେଶ୍ୱର ଓ ମାଲକାନଗିରି ଜିଲ୍ଲାରୁ ୫-୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ ଓ ବୌଦ୍ଧ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୫ ଲକ୍ଷ ୪୩ ହଜାର ୩୧୬ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୩୪ ହଜାର ୯୧୩ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୨୧ ହଜାର ୯୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୯୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୨ ହଜାର ୭୨୩ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର