ରାଜ୍ୟରୁ ସୁସ୍ଥ ହେଲେ ୧୩୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରୁ ୧ ହଜାର ୩୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାର ୪୭୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଧାରୁ ୧୫୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୬ଜଣ, କଟକରୁ ୯୯ଜଣ, ବଲାଙ୍ଗୀରରୁ ୮୬ଜଣ, କେନ୍ଦ୍ରାପଡ଼ାରୁ ୭୬ଜଣ, ବରଗଡ଼ରୁ ୭୧ଜଣ, ନୂଆପଡ଼ାରୁ ୭୦ଜଣ, ପୁରୀରୁ ୬୩ଜଣ, ଜଗତସିଂହପୁରରୁ ୫୬ଜଣ, କେନ୍ଦୁଝରରୁ ୫୫ଜଣ, ମୟୂରଭଞ୍ଜରୁ ୫୫ଜଣ,ବାଲେଶ୍ବରରୁ ୪୫ଜଣ, ଯାଜପୁରରୁ ୪୩ଜଣ, ଝାରସୁଗୁଡ଼ାରୁ ୪୧ଜଣ, ସମ୍ବଲପୁରରୁ ୩୩ଜଣ, ନବରଙ୍ଗପୁରରୁ ୩୧ଜଣ, ଭଦ୍ରକରୁ ୩୦ଜଣ, ଅନୁଗୁଳରୁ ୨୮ଜଣ, କଳାହାଣ୍ଡିରୁ ୨୭ଜଣ, ଗଞ୍ଜାମରୁ ୨୫ଜଣ, କନ୍ଧମାଳରୁ ୨୧ଜଣ, କୋରାପୁଟରୁ ୨୧ଜଣ, ମାଲକାନଗିରିରୁ ୨୧ଜଣ, ଢ଼େଙ୍କାନାଳରୁ ୨୦ଜଣ, ସୁବର୍ଣ୍ଣପୁରରୁ ୧୯ଜଣ, ନୟାଗଡ଼ରୁ ୯ଜଣ, ଦେବଗଡ଼ରୁ ୮ଜଣ, ରୟାଗଡ଼ାରୁ ୫ଜଣ ଓ ଷ୍ଟେଟପୁଲରୁ ୧୭ଜଣ ଆଜି ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର