ପୁଣି ଚିହ୍ନଟ ହେଲେ ୨୨୪ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୨୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ସୁନ୍ଦରଗଡ଼ରୁ ୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୮ଜଣ, ଝାରସୁଗୁଡ଼ାରୁ ୧୮ଜଣ, ବରଗଡ଼ରୁ ୧୬ଜଣ, ସମ୍ବଲପୁରରୁ ୧୫ଜଣ, ବାଲେଶ୍ବରରୁ ୧୪ଜଣ, ଯାଜପୁରରୁ ୧୪ଜଣ, ଖୋର୍ଧାରୁ ୧୪ଜଣ, କୋରାପୁଟରୁ ୧୦ଜଣ, ପୁରୀରୁ ୧୦ଜଣ, ନୂଆପଡ଼ାରୁ ୬ଜଣ, ଗଞ୍ଜାମରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି।

 

କଳାହାଣ୍ଡିରୁ ୪ଜଣ, ବଲାଙ୍ଗୀରରୁ ୩ଜଣ, ଜଗତସିଂହପୁରରୁ ୩ଜଣ, କେନ୍ଦୁଝରରୁ ୩ଜଣ, ସୁବର୍ଣ୍ଣପୁରରୁ ୩ଜଣ, କଟକରୁ ୨ଜଣ, ଦେବଗଡ଼ରୁ ୨ଜଣ, ଗଜପତିରୁ ୨ଜଣ, ମୟୁରଭଞ୍ଜରୁ ୨ଜଣ, ରାୟଗଡ଼ାରୁ ୨ଜଣ, ଭଦ୍ରକରୁ ଜଣେ,ମାଲକାନଗିରିରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏଯାବତ ୩୩୦୫୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର