ରାଜ୍ୟରୁ ୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ୩୩୩୭୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୭ଜଣ,ବାଲେଶ୍ବରରୁ ୬ଜଣ, ବରଗଡ଼ରୁ ୬ଜଣ, କେନ୍ଦୁଝରରୁ ୬ଜଣ,ପୁରୀରୁ ୬ଜଣ, ଖୋର୍ଧାରୁ ୫ଜଣ, ମୟୁରଭଞ୍ଜରୁ ୫ଜଣ,କଟକରୁ ୪ଜଣ, ବୌଦ୍ଧରୁ ୩ଜଣ, ବଲାଙ୍ଗୀରରୁ ୨ଜଣ, ଜଗତସିଂହପୁରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ନୂଆପଡ଼ାରୁ ୨ଜଣ, ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ୨ଜଣ, ଅନୁଗୁଳରୁ ଜଣେ, ଭଦ୍ରକରୁ ଜଣେ, ଦେଓଗଡ଼ରୁ ଜଣେ, ଢ଼େଙ୍କାନାଳରୁ ଜଣେ, ଗଞ୍ଜାମରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କୋରାପୁଟରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର