ରାଜ୍ୟରେ ସୁସ୍ଥ ସଂଖ୍ୟା ୩୩୫୦୮୦ରେ ପହଞ୍ଚିଛି

ଭୁବନେଶ୍ବର: ରାଜ୍ୟରୁ ଆଜି ୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସମ୍ବଲପୁରରୁ ୧୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୧୦ଜଣ, ବାଲେଶ୍ବରରୁ ୮ଜଣ, ସୁନ୍ଦରଗଡ଼ରୁ ୮ଜଣ, ଝାରସୁଗୁଡ଼ାରୁ ୬ଜଣ, ଖୋର୍ଧାରୁ ୬ଜଣ, ମୟୁରଭଞ୍ଜରୁ ୬ଜଣ, ଅନୁଗୁଳରୁ ୪ଜଣ, କଟକରୁ ୪ଜଣ, ବଲାଙ୍ଗୀରରୁ ୩ଜଣ, କନ୍ଧମାଳରୁ ୩ଜଣ, ରାୟଗଡ଼ାରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଦେବଗଡ଼ରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ପୁରୀରୁ ୨ଜଣ, ବୌଦ୍ଧରୁ ଜଣେ, କୋରାପୁଟରୁ ଜଣେ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର