କରୋନା ଭାଇରସ୍‌: ସୁସ୍ଥ ହେଲେ ୧୬୮ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୨୯୧

ଭୁବନେଶ୍ୱର: ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ୧୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଖୋର୍ଦ୍ଧା ଓ ଗଜପତି ଜିଲ୍ଲାରୁ ୨୩ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୧୯ ଜଣ, ବରଗଡ଼ ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୭ ଜଣ, ଭଦ୍ରକ ଓ ରାୟଗଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ମାଲକାନଗିରି, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତ୍‌ସିଂହପୁର, ସୋନପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୩୯ ହଜାର ୮୧୫ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ଯ୍ୟନ୍ତ ମୋଟ ୫୯୬୨ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୪ ହଜାର ୨୯୧ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟର ବିଭିନ୍ନ କୋଭିଡ-୧୯ ହସ୍‌ପିଟାଲରେ ୧ ହଜାର ୬୪୭ ଜଣ ବ୍ୟକ୍ତି ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର