ଆଜି ସୁସ୍ଥ ହେଲେ ୧୫୩୫ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୪୫,୩୧୪

ଭୁବନେଶ୍ୱର: ରାଜ୍ୟରେ ଆଜି ୨୮ଟି ଜିଲ୍ଲାରୁ ଆଜି ୧୫୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୩୧୪ରେ ପହଞ୍ଚିଛ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୨୮୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୧୭୮ ଜଣ, ଗଂଜାମ ଜିଲ୍ଲାରୁ ୧୫୬ ଜଣ, କନ୍ଧମାଳ ଜିଲ୍ଲାରୁ ୧୦୫ ଜଣ, ପୁରୀ ଜିଲ୍ଲାରୁ ୯୬ ଜଣ, କଟକ ଜିଲ୍ଲାରୁ ୮୪ ଜଣ, କୋରାପୁଟ ଜିଲ୍ଲାରୁ ୭୩ ଜଣ, ବରଗଡ଼ ଜିଲ୍ଲାରୁ ୭୦ ଜଣ, ନୟାଗଡ଼ ଜିଲ୍ଲାରୁ ୬୩ ଜଣ, ମାଲକାନଗିରି ଜିଲ୍ଲାରୁ ୫୮ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି କଳାହାଣ୍ଡି ଜିଲ୍ଲାରୁ ୪୭ ଜଣ, ଭଦ୍ରକ ଜିଲ୍ଲାରୁ ୪୨ ଜଣ, ଯାଜପୁର ଜିଲ୍ଲାରୁ ୩୯ ଜଣ, ଗଜପତି ଜିଲ୍ଲାରୁ ୨୭ ଜଣ, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ୨୦-୨୦ ଜଣ, ମୟୂରଭଂଜ, କେନ୍ଦୁଝର ଜିଲ୍ଲାରୁ ୧୭ ଜଣ ଲେଖାଏଁ, ରାୟଗଡ଼ାରୁ ୧୪ ଜଣ, ନବରଂଗପୁରରୁ ୧୩ ଜଣ, ବଲାଙ୍ଗୀର, ବୌଦ୍ଧରୁ ୭ ଜଣ ଲେଖାଏଁ, ଜଗତସିଂହପୁରରୁ ୬ ଜଣ, ନୂଆପଡ଼ାରୁ ୨ ଜଣ ଓ ସୁବର୍ଣ୍ଣପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୦ ଲକ୍ଷ ୯ ହଜାର ୪୫୪ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୬୪ ହଜାର ୫୩୩ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୪୩ ହଜାର ୭୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୬୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୮ ହଜାର ୮୦୩ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର